ଦେଶ ବିଦେଶ ମନୋରଞ୍ଜନ

ରିଲିଜ୍ ହେବାକୁ ଯାଉଛି ଫିଲ୍ମ ଶେରଶାହ, ଦମ୍‌ଦାର୍‌ ଲୁକ୍‌ରେ ଆସିବେ ସିଦ୍ଧାର୍ଥ

ମୁମ୍ବାଇ ୨୧/୦୨ : ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଶେରଶାହା’ ଚଳିତ ବର୍ଷ ଜୁଲାଇ ମାସରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ନିର୍ମାତା କରନ ଜୋହର ସୋସିଆଲ ମିଡିଆରେ ଫିଲ୍ମର ଦୁଇଟି ପୋଷ୍ଟର ସେୟାର କରି ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି ଯେ ଏହି ଫିଲ୍ମ ୨ ଜୁଲାଇ ୨୦୨୧ ରେ ଥିଏଟରରେ ରିଲିଜ୍ ହେବାକୁ ଯାଉଛି ।

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେରଶାହା’ର ରିଲିଜ୍ ଡେଟ୍ ପ୍ରକାଶ ପାଇଛି। ଫିଲ୍ମଟି ବଡ ପରଦାରେ ରିଲିଜ୍ ହେବା ପାଇଁ ସମ୍ପୁର୍ଣ୍ଣ ଭାବରେ ପ୍ରସ୍ତୁତ । ଫିଲ୍ମର ନିର୍ମାତା କରନ ଜୋହର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଫିଲ୍ମ ରିଲିଜ୍ କରିବାକୁ ଘୋଷଣା କରି କହିଛନ୍ତି ‘ଶେରଶାହା’ ଜୁଲାଇ ୨,୨୦୨୧ରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟିକୁ ବିଷ୍ଣୁ ବର୍ଦ୍ଧନ ନିର୍ଦ୍ଦେଶନା ଦେଇଛନ୍ତି ।

ଫିଲ୍ମର କାହାଣୀ କାର୍ଗିଲ ଯୁଦ୍ଧର ନାୟକ ଉପରେ ଆଧାରିତ । ସିଦ୍ଧାର୍ଥ ମାଲହୋତ୍ରା ଏହି ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ସିଦ୍ଧାର୍ଥ ପିଭିସି ଅଧିନାୟକ ବିକ୍ରମ ବତ୍ରାଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ୧୯୯୯ ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସୀମାନ୍ତରେ ଶତ୍ରୁମାନଙ୍କ ସହ ଲଢିବା ପାଇଁ ବିକ୍ରମ ବତ୍ରା ନିଜକୁ ବଳିଦାନ ଦେଇଥିଲେ ।

ଏହି ପୋଷ୍ଟରରେ ସିଦ୍ଧାର୍ଥ ମାଲହୋତ୍ରା କ୍ୟାପ୍ଟେନ୍ ବିକ୍ରମ ବତ୍ରାଙ୍କ ରୂପରେ ନଜର ଆସିଛନ୍ତି। ସେ ସେନା ୟୁନିଫର୍ମ ପିନ୍ଧିଥିବା ସହ ହାତରେ ରାଇଫଲ ଧରିଛନ୍ତି । ଗୋଟିଏ ପୋଷ୍ଟରରେ ସେ ଆକ୍ରମଣାତ୍ମକ ଭାବରେ ଦେଖାଯାଉଥିବାବେଳେ ଅନ୍ୟ ପୋଷ୍ଟରରେ ସେ କିଛି ସାଥୀଙ୍କ ସହ ପାହାଡ କଡରେ ଶତ୍ରୁ ଆଡକୁ ଯାଉଛନ୍ତି। ଏହି ପୋଷ୍ଟରକୁ ସେୟାର କରି ସିଦ୍ଧାର୍ଥ ମଲହୋତ୍ରା ଲେଖିଛନ୍ତି “କ୍ୟାପ୍ଟେନ୍ ବିକ୍ରମ ବତ୍ରାଙ୍କ କାହାଣୀ ବଡ ପରଦାରେ ପ୍ରକାଶ ହେବାକୁ ଯାଉଛି ।“

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ