ଖେଳ ଦେଶ ବିଦେଶ

ରିଭ୍ୟୁ ବଦଳାଇଦେଲା ଅମ୍ପାୟାରଙ୍କ ନିଷ୍ପତ୍ତି : ଚକିତ ହୋଇଗଲେ ରୋହିତ, ହସିଲେ ଦ୍ରାବିଡ

ନୂଆଦିଲ୍ଲୀ, ୨୫|୦୨: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ବିଜୟୀ ହୋଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ୧୯୯ ରନ୍ କରିଥିଲା ଭାରତ । ଜବାବରେ ଶ୍ରୀଲଙ୍କା ବିଜୟ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା । ଭାରତୀୟ ବୋଲର ଶ୍ରୀଲଙ୍କା ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ । ତେବେ ଟିମ୍ ଇଣ୍ଡିଆକୁ ଯେତେବେଳେ ତୃତୀୟ ସଫଳତା ମିଳିଥିଲା ସେତେବେଳେ ଅମ୍ପାୟାରଙ୍କୁ ନିଷ୍ପତ୍ତି ବଦଳାଇବାକୁ ପଡିଥିଲା ।

ରିପୋର୍ଟ ଅନୁସାରେ, ଶ୍ରୀଲଙ୍କା ବ୍ୟାଟର ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ରିଭ୍ୟୁ ନେଇଥିଲେ । ଯାହା ସେମାନଙ୍କ ସପକ୍ଷରେ ଯାଇଥିଲା । ଏହାପରେ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡଙ୍କ ରିଆକ୍ସନ ଏବେ ଭାଇରାଲ ହୋଇଛି । ଏହା ସେତେବେଳେ ହୋଇଥିଲା ଯେତେବେଳେ ୟୁଜବେନ୍ଦ୍ର ଚହଲ ଅସାଲଙ୍କାକୁ ଆଉଟ୍ କରିଥିଲେ ।

ସୂଚନାନୁସାରେ, ଚହଲଙ୍କ ଏକ ବଲ୍ ଅସାଲଙ୍କାଙ୍କ ପ୍ୟାଡରେ ବାଜିଥିଲା । ଫିଲ୍ଡର ଅପିଲ କଲା ପରେ ଅମ୍ପାୟାର ଆଉଟ୍ ଦେଇଥିଲେ । କିନ୍ତୁ ଅସାଲଙ୍କା ରିଭ୍ୟୁ ନେଇଥିଲେ । ଯାହା ତାଙ୍କ ପକ୍ଷରେ ଯାଇଥିଲା । ଏହା ଦେଖି ରୋହିତ, କତୋଚ୍ ଦ୍ରାବିଡ ଓ ଅନ୍ୟ ପିଲ୍ଡର ଚକିତ ହୋଇଯାଇଥିଲା । ରାହୁଲ ନିଜ ହାତରେ ମୁହଁ ଲୁଚାଇଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ସେହିପରି ରୋହିତ ଶର୍ମା ମଧ୍ୟ ହସୁଥିବା ଦେଖିବାକୁ ମିଳିଥିଲା । ଡ୍ରେସିଂ ରୁମର ଅନ୍ୟ ସଦସ୍ୟ ମଧ୍ୟ ହସିବାକୁ ଲାଗିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ