ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ରାୟପୁର ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ପାଇଲଟଙ୍କ ମୃତ୍ୟୁ, ମୃତକ ସମ୍ବଲପୁରର ଗୋପାଳକୃଷ୍ଣ ପଣ୍ଡା

ସମ୍ବଲପୁର: ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଯେଉଁ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା, ସେମାନଙ୍କ ଭିତରୁ ଜଣେ ଓଡ଼ିଆ ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ପାଇଲଟ ସମ୍ବଲପୁରର ବୋଲି ଜଣାପଡ଼ିଛି। ମୃତ ପାଇଲଟ ସମ୍ବଲପୁର ଜିଲ୍ଲା ବାହାମ ଗାଁର ଗୋପାଳକୃଷ୍ଣ ପଣ୍ଡା ବୋଲି ସୂଚନା ମିଳିଛି।
କ୍ୟାପଟେନ ପଣ୍ଡାଙ୍କ ଭିଲାଇ ସହିତ ସଂଯୋଗ ଥିଲା। ତାଙ୍କ ସମ୍ପର୍କୀୟ ସାନ ଭଉଣୀ ଭିଲାଇରେ ରହନ୍ତି ବୋଲି ଭିଲାଇର ବରିଷ୍ଠ ସାମ୍ବାଦିକ ତଥା ଗୋପାଳକୃଷ୍ଣ ପଣ୍ଡାଙ୍କ ସମ୍ପର୍କୀୟ ରଘୁନନ୍ଦନ ପଣ୍ଡା କହିଛନ୍ତି। ସେ ଆହୁରି କହିଛନ୍ତି ଯେ କ୍ୟାପଟେନ ପଣ୍ଡା ଯେତେବେଳେ ଭିଲାଇକୁ ଆସନ୍ତି,ସେ ନିଶ୍ଚିତ ଭାବରେ ତାଙ୍କ ସମ୍ପର୍କୀୟମାନଙ୍କୁ ଭେଟିଥାନ୍ତି। ତାଙ୍କ ପତ୍ନୀ ବିଶ୍ୱବିଦ୍ୟାଳୟର ଜଣେ ଆଡହକ୍ ପ୍ରଫେସର।
କ୍ୟାପଟେନ ଗୋପାଳ କୃଷ୍ଣ ପଣ୍ଡାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଝିଅ ବଡ଼ ଏବଂ ପୁଅ ସାନ। ନିଜ ପରିବାର ସହ ସେ ରାୟପୁରରେ ରହୁଥିଲେ।
କ୍ୟାପଟେନ ପଣ୍ଡା ସୁରଜପୁର ଗସ୍ତରେ କ୍ରମାଗତ ଭାବରେ ହେଲିକପ୍ଟରରେ ଯାତ୍ରା କରୁଥିଲେ। ସେ ଜଣେ ମେଳାପୀ ଓ ଭଦ୍ର ବ୍ୟକ୍ତି ଥିଲେ ବୋଲି ବି ରଘୁନନ୍ଦନ ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ଛତିଶଗଡ଼ର ରାୟପୁର ବିମାନ ବନ୍ଦରରେ ଗୁରୁବାର ରାତିରେ ଏକ ସରକାରୀ ହେଲିକପ୍ଟର ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା। ସେମାନେ ହେଲେ କ୍ୟାପ୍ଟେନ ଗୋପାଳକୃଷ୍ଣ ପଣ୍ଡା ଏବଂ କ୍ୟାପ୍ଟେନ ଏ ପି ଶ୍ରୀବାସ୍ତବ। ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଅବତରଣ ସମୟରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଭୂମିରେ ପିଟି ହୋଇଯାଇଥିଲା। ଉଦ୍ଧାରକାରୀ ଟିମ୍ ତୁରନ୍ତ ଉଭୟ ପାଇଲଟ୍ଙ୍କୁ ହେଲିକପ୍ଟର ଧ୍ବଂସାବଶେଷ ଭିତରୁ ବାହାର କରିଥିଲେ ଏବଂ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ। କ୍ୟାପ୍ଟେନ ପଣ୍ଡା ଓଡ଼ିଶାର ବାସିନ୍ଦା ଏବଂ କିଛି ବର୍ଷ ହେଲା ସେ ଛତିଶଗଡ଼ ସରକାରରେ ବରିଷ୍ଠ ପାଇଲଟ୍ ଭାବେ କାମ କରୁଥିଲେ। କ୍ୟାପ୍ଟେନ ଶ୍ରୀବାସ୍ତବ ଦିଲ୍ଲୀର ବାସିନ୍ଦା ବୋଲି ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।