ଦେଶ ବିଦେଶ

ରାୟଗଡ଼ା ରେଳ ଦୁର୍ଘଟଣାର କାରଣ ସାମ୍ନାକୁ ଆସିଲା: ଟ୍ରେନ୍ ଡ୍ରାଇଭର ମୋବାଇଲ ଦେଖୁଥିଲେ

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୩ ଅକ୍ଟୋବର ୨୯ ତାରିଖରେ ଆନ୍ଧ୍ରପ୍ରଦେଶରେ ଘଟିଥିବା ଏକ ଟ୍ରେନ୍‌ ଦୁର୍ଘଟଣାର କାରଣ ସଂପର୍କରେ ଗତକାଲି ତଥ୍ୟ ରଖିଛନ୍ତି। ମୁହାଁମୁହିଁ ଧକ୍କା ହୋଇଥିବା ଦୁଇଟି ଯାତ୍ରୀବାହୀ ଟ୍ରେନ୍ ମଧ୍ୟରୁ ଗୋଟିଏର ଡ୍ରାଇଭର ଏବଂ ସହକାରୀ ଡ୍ରାଇଭର ଫୋନ୍‌ରେ ଏକ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ ବୋଲି ବୈଷ୍ଣବ କହିଛନ୍ତି। ସେହିଦିନ ସନ୍ଧ୍ୟା ୭ଟାରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର କଣ୍ଟାକାପଲ୍ଲୀଠାରେ ହାଓଡ଼ା-ଚେନ୍ନାଇ ଲାଇନ୍‌ରେ ରାୟଗଡ଼ା ପାସେଞ୍ଜର ଟ୍ରେନ୍ ବିଶାଖାପାଟଣା-ପଲାସା ଟ୍ରେନ୍‌କୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।

ରେଳମନ୍ତ୍ରୀ ଆନ୍ଧ୍ର ରେଳ ଦୁର୍ଘଟଣା ବିଷୟରେ ଉଲ୍ଲେଖ କରିବା ସହ ଭାରତୀୟ ରେଳବାଇର ନୂତନ ସୁରକ୍ଷା ବ୍ୟବସ୍ଥା ବିଷୟରେ ମଧ୍ୟ ଆଲୋକପାତ କରିଛନ୍ତି। ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେବା ଜାରି ରହିବ ଏବଂ ଯାତ୍ରୀଙ୍କ ସୁରକ୍ଷା ହିଁ ସର୍ବୋଚ୍ଚ ପ୍ରାଥମିକତା ବୋଲି ରେଳମନ୍ତ୍ରୀ କହିଛନ୍ତି। ଆମେ ପ୍ରତ୍ୟେକ ଘଟଣାର ମୂଳ କାରଣ ଖୋଜିବାକୁ ଚେଷ୍ଟା କରୁଛୁ ଏବଂ ଏହାର ପୁନରାବୃତ୍ତି ଯେପରି ନ ହୁଏ ସେଥିପାଇଁ ଆମେ ଏକ ସମାଧାନ ବାହାର କରୁଛୁ ବୋଲି ସେ କହିଛନ୍ତି। ଆନ୍ଧ୍ର ‌ରେଳ ଦୁର୍ଘଟଣା ନେଇ ରେଳ ସୁରକ୍ଷା କମିସନର (ସିଆରଏସ)ଙ୍କ ଦ୍ୱାରା କରାଯାଇଥିବା ତଦନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନଥିବା ବେଳେ ଦୁର୍ଘଟଣାର ଗୋଟିଏ ଦିନ ପରେ ରେଳବାଇର ପ୍ରାଥମିକ ତଦନ୍ତରେ ରାୟଗଡ଼ା ପାସେଞ୍ଜର ଟ୍ରେନ୍ର ଡ୍ରାଇଭର ଓ ସହକାରୀ ଡ୍ରାଇଭର ନିୟମ ଉଲ୍ଲଂଘନ କରି ଦୁଇଟି ତ୍ରୁଟିପୂର୍ଣ୍ଣ ଅଟୋ ସିଗନାଲ ଅତିକ୍ରମ କରିଥିବାରୁ ଦୁର୍ଘଟଣା ପାଇଁ ସେମାନଙ୍କୁ ଦାୟୀ କରାଯାଇଥିଲା।ଏହି ଦୁର୍ଘଟଣାରେ ଦୁଇ ଜଣ ଚାଳକ ସଦସ୍ୟଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ