ଖେଳ ଦେଶ ବିଦେଶ

‘ରାହୁଲ ଦ୍ରାବିଡଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ପଠାଯାଉ, ଖେଳାଳିଙ୍କୁ ମିଳିବ ସାହାଯ୍ୟ’ : ବିସିସିଆଇକୁ ଭେଙ୍ଗସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୧/୧୨: ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ମୁଖ୍ୟ ଚୟନକର୍ତ୍ତା ଦିଲୀପ ଭେଙ୍ଗସରକାର ବିସିସିଆଇକୁ ଏକ ପରାମର୍ଶ ଦେଇଛନ୍ତି । ରାହୁଲ ଦ୍ରାବିଡଙ୍କୁ ଭାରତୀୟ ବ୍ୟାଟସମ୍ୟାନଙ୍କୁ ସାହାଯ୍ୟ ପାଇଁ ଅଷ୍ଟ୍ରେଲିଆ ପଠାଯାଉ ବୋଲି ସେ ଅପିଲ କରିଛନ୍ତି ।

ଭାରତ ଆଡିଲେଡ ଟେଷ୍ଟରେ ଅଷ୍ଟ୍ରେଲିଆଠୁ ୮ ଓ୍ୱିକେଟରେ ଲଜ୍ଜାଜନକ ପରାଜିତ ହୋଇଥିଲା । ଦଳ ଦ୍ୱିତୀୟ ଇନିଂସରେ ମାତ୍ର .୩୬ ରନରେ ଅଲଆଉଟ ହୋଇଯାଇଥିଲା । ଭାରତର ବ୍ୟାଟସମ୍ୟାନ୍ ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ । ଏହାପରେ ସମସ୍ତ ଖେଳାଳି, ଅଧିନାୟକ ଓ କୋଚଙ୍କୁ ତୀବ୍ର ସମାଲୋଚନାର ସାମ୍ନା କରିବାକୁ ପଡୁଛି ।

ଟେଷ୍ଟ ମ୍ୟାଚରେ ଭାରତୀୟ ବ୍ୟାଟସମ୍ୟାନଙ୍କ ଦୁର୍ବଳତା ସାମ୍ନାକୁ ଆସିଥିଲା । ଏହାମଧ୍ୟରେ ଭେଙ୍ଗସରକାର ଦ୍ରାବିଡଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ପରାମର୍ଶ ଦେଇଛନ୍ତି । କାରଣ ସେଠାକାର ପରିସ୍ଥିତିକୁ ଦ୍ରାବିଡ ଭାବେ ବୁଝନ୍ତି । ଯାହା ଦଳ ପାଇଁ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।

ସେ କହିଛନ୍ତି ଯେ, ସ୍ୱିଂ ବଲକୁ କିପରି ଖେଳାଯିବ ତାହା ଦ୍ରାବିଡ ଜାଣନ୍ତି । ଦ୍ରାବିଡଙ୍କଠୁ ଦଳକୁ ଅଧିକ ମାର୍ବଦର୍ଶନ କେହି କରିପାରିବେ ନାହିଁ । ତାଙ୍କ ଉପସ୍ଥିତି ଦଳକୁ ସୁହାଇବ । ଦ୍ରାବିଡଙ୍କ ଟେକନିକ ସବୁଠାରୁ ଭଲ । ଯାହା ଖେଳାଳିଙ୍କୁ ଅଷ୍ଟ୍ରେଲିଆ ବୋଲରଙ୍କ ମୁକାବିଲା ପାଇଁ ଫାଇଦା ଦେବ ବୋଲି ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ