ଦେଶ ବିଦେଶ

ରାହୁଲ୍‌ ଗାନ୍ଧୀଙ୍କ ଆଚରଣ ମର୍ଯ୍ୟାଦା ବହିର୍ଭୂତ: ଦିଲ୍ଲୀ ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ: ‌‌‘ଜେଡ୍‌-ପ୍ଲସ୍‌’ ସୁରକ୍ଷା ପାଇଥିବା ତଥା ଏକ ଜାତୀୟ ରାଜନୈତିକ ଦଳ ନେତାଙ୍କର ଏଭଳି ଆଚରଣ ମର୍ଯ୍ୟାଦା ବହିର୍ଭୂତ ବୋଲି କହି ବୁଧବାର ଦିନ ଦିଲ୍ଲୀ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପୁରୁଷ ହଷ୍ଟେଲ୍‌ର ମୁଖ୍ୟ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ନିକଟକୁ ନୋଟିସ୍‌ ପଠାଇଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ରାହୁଲ୍‌ ଗାନ୍ଧୀ ହଠାତ୍‌ ଉକ୍ତ ହଷ୍ଟେଲ୍‌ ପରିଦର୍ଶନ କରିଥିଲେ।

ହଷ୍ଟେଲ୍‌ର ମୁଖ୍ୟ କେ. ପି. ସଂହ ରାହୁଲ୍‌ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ୨ପୃଷ୍ଠା ସମ୍ବଳିତ ନୋଟିସ୍‌ରେ କହିଛନ୍ତି, ଏଭଳି ଆକସ୍ମିକ ଆଗମନ ବିନା ଅନୁମତିରେ ପ୍ରବେଶ ଏବଂ ଦାୟିତ୍ବହୀନ ଆଚରଣ ସହିତ ସମାନ। ୩ଟି ଗାଡ଼ି ନେଇ ହଷ୍ଟେଲ୍‌ ପରିସରକୁ ରାହୁଲ୍‌ଙ୍କ ‌ଅପ୍ରତ୍ୟାଶିତ ପ୍ରବେଶ ଛାତ୍ରାବାସ ପାଇଁ ନିର୍ଦ୍ଧାରିତ ନୀତିନିୟମ ଉଲ୍ଲଂଘନ କରୁଛି।

ଭବିଷ୍ୟତରେ ଏଭଳି ପଦକ୍ଷେପ ନେବାରୁ ବିରତ ରହିବାକୁ ମଧ୍ୟ ସେ ତାଙ୍କୁ ପରାମର୍ଶ ଦେଇଛନ୍ତି।

Image Courtesy of India Today

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ରାହୁଲ୍‌ ଗାନ୍ଧୀ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପୁରୁଷ ହଷ୍ଟେଲ୍‌ ପରିଦର୍ଶନ କରି କେତେକ ଛାତ୍ରଙ୍କ ସହିତ ଆଳାପ ଆଲୋଚନା କରିବା ପରେ ସେମାନଙ୍କ ସାଥିରେ ମଧ୍ୟାହ୍ନ ଭୋଜନ ଖାଇଥିଲେ।

ରାହୁଲ୍‌ଙ୍କ ଏଭଳି ଆଚରଣକୁ ହଷ୍ଟେଲ୍‌ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ନିନ୍ଦା କରିଛନ୍ତି।

ଚାପରେ ପଡ଼ି ପ୍ରଶାସନ ରାହୁଲ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି କଂଗ୍ରେସର ଛାତ୍ର ଶାଖା ‘ଦି ନ୍ୟାସ୍‌ନାଲ୍‌ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ୍‌ ଅଫ୍‌ ଇଣ୍ଡିଆ’ ମଙ୍ଗଳବାର ଦିନ ଅଭିଯୋଗ କରିଥିଲା।

କିନ୍ତୁ, ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର୍‌ ଏଭଳି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ଏଭଳି କୌଣସି ଚାପ ପଡ଼ିନାହିଁ। ଏହା ଶୃଙ୍ଖଳା ରକ୍ଷା ନିମନ୍ତେ ଉଦ୍ଦିଷ୍ଟ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ