ରାଜନୀତି ରାଜ୍ୟ

ରାହୁଲଙ୍କ ସଦସ୍ୟତା ରଦ୍ଦ: କଳାପଟି ବାନ୍ଧି କଂଗ୍ରେସର ମୌନ ସତ୍ୟାଗ୍ରହ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ଲୋକସଭା ପଦ ରଦ୍ଦ ପ୍ରତିବାଦରେ ଆଜି ଦେଶବ୍ୟାପୀ କଂଗ୍ରେସ ମୌନ ସତ୍ୟାଗ୍ରହ ପାଳନ କରିଛି। ଏଆଇସିସି ନିର୍ଦେଶକ୍ରମେ ପିସିସି, ଓଡ଼ିଶା ପକ୍ଷରୁ କଂଗ୍ରେସ ନେତୃବୃନ୍ଦ ପାଟିରେ କଳା ପଟି ବାନ୍ଧି ପ୍ରତିବାଦ ଜଣାଇଛନ୍ତି। ମୌନବ୍ରତରେ ବସିଥିବା ସମୟରେ କେବଳ ଠାର ଜରିଆରେ କଂଗ୍ରେସ ନେତୃବୃନ୍ଦ ନିଜର ପ୍ରତିକ୍ରିୟା ରଖିଛନ୍ତି। ସକାଳ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା।
ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର ଯୋଗଦେଇ କଂଗ୍ରେସ ନେତୃବୃନ୍ଦଙ୍କ ମନୋବଳକୁ ବଢ଼ାଇଥିଲେ। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାହୁଲ ଗାନ୍ଧୀ ନିର୍ଭୀକ ଭାବେ ମୋଦୀ-ଆଦାନିଙ୍କ ସଂପର୍କକୁ ନେଇ ପ୍ରଶ୍ନ ପଚାରିବା ଫଳରେ ଏହି ସଂପର୍କର ପର୍ଦ୍ଦାଫାସ ହୋଇପାରିଛି। ରାହୁଲଙ୍କ ନିର୍ଭୀକତା ପାଇଁ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଦଳ ଭୟଭୀତ ହୋଇ ଷଡ଼ଯନ୍ତ୍ର ରଚନା କରିଚାଲିଛନ୍ତି। ମାନହାନୀ ମକଦ୍ଦମାରେ ଦଣ୍ଡିତ କରାଇବା ଓ ସେହି ଅଧାରରେ ତାଙ୍କ ସାଂସଦ ପଦକୁ ରଦ୍ଦ କରାଯାଇଛି। ବହୁ ବାଧାବିଘ୍ନ ସତ୍ତ୍ବେ ରାହୁଲ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାରର କ୍ଷମତାର ଅପପ୍ରୟୋଗ ବିରୋଧରେ ଗଣତନ୍ତ୍ରର ସୁରକ୍ଷା ପାଇଁ ତାଙ୍କ ଯାତ୍ରା ଜାରି ରଖିଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସ‌ନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ସୁରେଶ ରାଉତରାୟ, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ, ଦାଶରଥି ଗମାଙ୍ଗୋ, ଗଣେଶ୍ବର ବେହେରା, ବିଜୟ ପଟ୍ଟନାୟକ, ପୃଥ୍ବୀବଲ୍ଲଭ ପଟ୍ଟନାୟକ,ଶିବାନନ୍ଦ ରାୟ, ସ୍ମୃତିରଂଜନ ଲେଙ୍କା, ବନ୍ଦିତା ପରିଡ଼ା, ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଯଜ୍ଞେଶ୍ବର ବାବୁ, ଅମିୟ ପଟ୍ଟନାୟକ, ପଞ୍ଚାନନ କାନୁନ୍‌ଗୋ, ଦେବାଶିଷ ପଟ୍ଟନାୟକ, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି, ସସ୍ମିତା ବେହେରା, ରବୀନ୍ଦ୍ର ସେଠୀ, ୟା‌ସିର ନୱାଜ, ନିରୁପମା ବଳିୟାରସିଂହ ଓ ଅନ୍ୟମାନେ ଯୋଗ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର