ରାଜ୍ୟ

ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର  ଟାଉନ ଥାନ ଧୂର୍ପଦା ନିକଟରେ ୨୦ ନଂ ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ୨ ମୃତ, ଜଣେ ଗୁରୁତର। ଏକ ଦୋକାନ ନିକଟରେ ଛିଡ଼ା ହୋଇଥିବା ସମୟରେ ଭାରସାମ୍ୟ ହରାଇ ଏକ ଟ୍ରକ ମାଡ଼ିଯିବାରୁ ହୋଇଥିଲା ଦୁର୍ଘଟଣା। ଏକ ବାଇକକୁ ଧକ୍କା ଦେବାରୁ ବାଇକଟି ଜଳିପୋଡ଼ି ନଷ୍ଟ ହୋଇଯାଇଛି।

ପୁଲିସର ସୂଚନା ଅନୁଯାୟୀ ଗାଡ଼ିଟି ପ୍ରଥମେ ତାପସ ନାଏକ ନାମକ ଜଣେ କିନ୍ନରଙ୍କୁ ଧକ୍କା ଦେଇ ପଳାଇ ଯାଉଥିବା ସମୟରେ ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ଏକ ବାଇକ ଉପରେ ମାଡ଼ି ଯାଇଥିଲା। ଏଥିରେ ବାଇକରେ ଥିବା ଲାଲମୋହନ ବେହେରାଙ୍କ ସମେତ ତାପସ ନାଏକଙ୍କ ମୃତ୍ୟୁ ହୋଇଛି। ବାଇକରେ ଥିବା ଅନ୍ୟ ଜଣେ ଆରୋହୀ ବାପି ବେହେରା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ସନ୍ଧ୍ୟା ହେବା ପରେ ବିଭିନ୍ନ ରାଜପଥରେ କିନ୍ନରମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିଚାଲିିଥିବାବେଳେ ସେମାନେ ବିଭିନ୍ନ ଗାଡ଼ି ମୋଟରକୁ ଅଟକାଉଥିବାବେଳେ ଏହି ଦୁର୍ଘଟଣା ମଧ୍ୟ ସେହି କାରଣରୁ ହୋଇଥିବା ଅନୁମାନ କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।