ଅପରାଧ ରାଜ୍ୟ

ରାସ୍ତା କଡରେ ଛିଡାହୋଇଥିବାବେଳେ ମାଡିଗଲା କାର୍, ଦୁଇ ଗୁରୁତର: ଚାଳକ ଅଟକ

ମୋହନା୧୮/୧୧: ରାସ୍ତା କଡରେ ଠିଆ ହୋଇ ରହିଥିବା ବେଳେ ଚଡିଗଲା କାର । ଘଟଣାଟି ପୁରା ସିସିଟିଭିରେ ହୋଇଛି କଏଦ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଠାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

ରାସ୍ତାକଡରେ ଠିଆ ହୋଇ ଚା ପିଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା କାର ଦୁଇ ଜଣଙ୍କ ଉପରେ ମାଡିଯାଇଥିଲା । ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରିର କାଳୁଚରଣ ବେହେରା ଓ ଜିତେନ୍ଦ୍ର ମହାକୁଡଙ୍କୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ଗୁରବାର ଅପରାହ୍ନରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା କାର ରାସ୍ତା ନିକଟ ଦୋକାନ ପାଖରେ ଛିଡା ହୋଇଥିଲା ଦୁଇ ଜଣଙ୍କ ଉପରେ ମାଡି ଯାଇଛି । କାରଟି ଅଚାନକ ମାଡି ଆସିବାରୁ ଘୁଞ୍ଚିବାକୁ ମଧ୍ୟ ସମୟ ପାଇନଥିଲେ କାଳୁଚରଣ ଓ ଜିତେନ୍ଦ୍ର । ଦୁର୍ଘଟଣା ଘଟାଇଥିବା କାର ସହ ଚାଳକକୁ ପୁଲିସ ଚନ୍ଦ୍ରଗିରି ଫାଣ୍ଡିରେ ଅଟକ ରଖିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।