ଅପରାଧ ରାଜ୍ୟ

ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଥିବା ଅଭିଯୋଗ

ମୋହନା ୧୯।୦୫ : ରାସ୍ତା କଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଶିଅlଳୀଲଟି ପଞ୍ଚାୟତ କଇଠଢେପ ଗାଁ ନିକଟରେ ଏଭଳି ଘଟଣା ଘଟିଛି । ଯୁବକଙ୍କୁ କେହି ହତ୍ୟା କରିବା ପରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆର. ଉଦୟଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, ମାଛଘରl ଗାଁର କlବୁଲା ବଳିଆରସିଂ ବୁଧବାର ତାଙ୍କ ଭାଇ ସହ ଗୋଟିଏ ବାଇକ୍‌ ଯୋଗେ କୌଣସି କାମରେ କଇଠଢେପ ଗାଁକୁ ଯାଇଥିଲେ। ସେଠାରେ ଆଉ କିଛି ଲୋକଙ୍କ ସହ ମଦ ପିଇଥିଲେ। ବୁଧବାର ଅପରାହ୍ନ ସମୟରେ କlବୁଲା ସେହି ଗାଁରେ ରହିଯାଇଥିବା ବେଳେ ସାନ ଭାଇ ଅନ୍ୟ ଏକ ଗାଁକୁ ଯାଇଥିଲେ l ତେବେ ସନ୍ଧ୍ୟା ସମୟରେ କାବୁଲାର ମୃତଦେହ ଗାଁ ନିକଟସ୍ଥ ରାସ୍ତାରେ ପଡ଼ିଥିବା ନେଇ ଜଣେ ଯୁବକ କାବଲାଙ୍କ ପରିବାରକୁ ଖବର ଦେଇଥିଲେ।

ଗାଁ ନିକଟସ୍ଥ ରାସ୍ତା କଡ଼ରୁ କାବଲାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ପୋଡ଼ା ଚିହ୍ନ ରହିଛି। ଖବର ପାଇ ଗଜପତି ଏସପି ଜୟରାମ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ଆର. ଉଦୟଗିରି ଥାନା ପୋଲିସ ଘଟଣାର ତଦନ୍ତ କରିବା ସହ ମୃତ କାବଲାଙ୍କ ଭାଇ ଓ ଅନୟ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।