ରାଜ୍ୟ

ରାସାୟନିକ ବିପର୍ଯ୍ୟୟର ମୁକାବିଲା: ଓଡ଼ିଶାରେ ଦେଶର ପ୍ରଥମ ମକ୍ ଏକ୍ସରସାଇଜ୍

ଭୁବନେଶ୍ବର: ରାସାୟନିକ ବିପର୍ଯ୍ୟୟର ମୁକାବିଲା ଓ ଏହିଭଳି ଆପଦକାଳୀନ ସ୍ଥିତିର ସାମ୍ନା କରିବା ପାଇଁ ପ୍ରାକ୍ ପ୍ରସ୍ତୁତି ସ୍ବରୂପ ଆଜି ୧୦ଟି ଜିଲ୍ଲାର ୨୮ଟି ଶିଳ୍ପାନୁଷ୍ଠାନ ଏବଂ ପାରାଦୀପ ବନ୍ଦରରେ ଦେଶର ପ୍ରଥମ ମକ୍ ଏକ୍ସରସାଇଜ୍ ଅନୁଷ୍ଠିତ ହୋଇଯାଇଛି। ଏହି ମକ୍ ଏକ୍ସରସାଇଜ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ଶିଳ୍ପ ଅନୁଷ୍ଠାନଗୁଡ଼ିକରେ ଯଦି ଭବିଷ୍ୟତରେ କୌଣସି ପ୍ରକାରର ରାସାୟନିକ ଗ୍ୟାସ୍‌ ଲିକ୍ ହୁଏ, ବିସ୍ଫୋରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦୁର୍ଘଟଣା ଘଟିଲେ ତାହାକୁ ତ୍ବରିତ ବେଗରେ ପ୍ରଭାବଶାଳୀ ଭାବେ କିପରି ପ୍ରଶମନ କରାଯାଇପାରିବ ସେ ସମ୍ପର୍କରେ ସତର୍କ ଓ ପ୍ରସ୍ତୁତ ରହିବା। ଏଥିରେ ଜିଲ୍ଲା ପ୍ରଶାସନ, ଶିଳ୍ପ ସଂସ୍ଥା, ଜାତୀୟ ଓ ରାଜ୍ୟସ୍ତରୀୟ ଉଦ୍ଧାରକାରୀ ଦଳ, ସ୍ବେଚ୍ଛାସେବୀ ଓ ପ୍ରଭାବିତ ହେବାକୁ ଥିବା ଲୋକମାନେ ସାମିଲ୍ ହୋଇଥିଲେ।

ଏହି ମକ୍ ଏକ୍ସରସାଇଜ୍‌ରେ ଜରୁରୀକାଳୀନ ପ୍ରତିକ୍ରିୟାକୁ ଶୃଙ୍ଖଳିତ କରିବା, ଖାଲିଥିବା ସ୍ଥାନ ଚିହ୍ନଟ କରିବା, ପ୍ରାରମ୍ଭିକ ଚେତାବନୀ, ସତର୍କତା, ନିରାପତ୍ତା ଉପରେ ଗୁରୁତ୍ବ ଦିଆଯାଇଥିଲା। ଶିଳ୍ପାନୁଷ୍ଠାନଗୁଡ଼ିକରେ ଗଚ୍ଛିତ ରାସାୟନିକ ପଦାର୍ଥ ଏବଂ ବିପଦଜନକ ଓ ଦହନଶୀଳ ସାମଗ୍ରୀଗୁଡ଼ିକ ଆଧାରରେ ଚିହ୍ନଟ କରି ମକ୍ ଏକ୍ସରସାଇଜ୍ କରାଯାଇଥିଲା। ଏହା ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସୁନ୍ଦରଗଡ଼ର ୨୮ଟି ଶିଳ୍ପସଂସ୍ଥା ସହ ପାରାଦୀପ ବନ୍ଦରରେ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।