ରାଜ୍ୟ

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଲାଇନ୍‌ କଟିବା ପ୍ରସଙ୍ଗ: ଏମ୍‌ସିବି କଟିଲା, ଧୋକା ଦେଲା ଡିଜି

ଭୁବନେଶ୍ବର : ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ଏମ୍‌ଏସ୍‌ସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟ ଘଟଣାର ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଆଜି ସନ୍ଧ୍ୟା ସୁଦ୍ଧା ଦୁଇଟି କମିଟି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି। ସେପଟେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଗଠନ କରିଥିବା ବିଶ୍ବବିଦ୍ୟାଳୟର ତିନିଜଣିଆ କମିଟି ତଦନ୍ତ ଶେଷ କରିଛି ଏବଂ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦାଖଲ କରିବ ବୋଲି ଜଣାପଡ଼ିଛି।

ପାସ୍‌ ନେଇ ତଦାରଖ କରିବାକୁ ନ ଥିଲେ କର୍ମଚାରୀ
ଇଡ୍‌କୋର ୮, ଟାଟା ପାୱାରର ୪ଜଣ ପାଇଥିଲେ ପ୍ରବେଶପତ୍ର

ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୭ଟି କମିଟି କରୁଥିବା ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରେକ୍ଷାଳୟ ଭିତ୍ତିଭୂମି ଦୁର୍ବଳ ରହିଥିଲା। ଇଡ୍‌କୋ ପକ୍ଷରୁ ଯେଉଁ ବିଦ୍ୟୁତ୍‌ ସଂଯୋଗ ତଥା ୱେୟାରିଂ ହୋଇଥିଲା, ତାହା ବହୁ ଦୁର୍ବଳ ରହିଥିଲା। ସମାବର୍ତ୍ତନ ଉତ୍ସବ ଦିନ ସକାଳ ୬ଟା ୩୦ରୁ ପ୍ରେକ୍ଷାଳୟର ସମସ୍ତ ଲାଇଟ୍‌ ଓ ଏସିଗୁଡ଼ିକ ଚାଲୁ କରାଯାଇଥିଲା। ପ୍ରେକ୍ଷାଳୟ ସହ ସମସ୍ତ କୋଠରିକୁ ଶୀତତାପ ନିୟନ୍ତ୍ରିତ କରି ରଖିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିଲା। ପାଖାପାଖି ୫ଘଣ୍ଟା ଧରି ପ୍ରେକ୍ଷାଳୟକୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍‌ ସଂଯୋଗ ଜାରି ରହିଥିଲା। ଯେଉଁଥିପାଇଁ ପୂର୍ବାହ୍ନ‌ରେ ରାଷ୍ଟ୍ରପତି ଭାଷଣ ଦେବା ସମୟରେ ପ୍ରେକ୍ଷାଳୟ ଏମ୍‌ସିବି କଟି ଯାଇଥିଲା। ଏହି ସମୟରେ ପ୍ରେକ୍ଷାଳୟର କୌଣସି ଏସି କିମ୍ବା ଲାଇଟ୍‌ ଜଳି ନ ଥିଲା। ପୋଡିୟମ୍‌ରେ ଲାଗିଥିବା ଲାଇଟ୍‌ର ବ୍ୟାଟେରି ବ୍ୟାକ୍‌-ଅପ୍‌ ଥିବାରୁ ତାହା ଚାଲିଥିଲା, ଯେଉଁଥିରେ ରାଷ୍ଟ୍ରପତି ଅଭିଭାଷଣ ପଢ଼ିଥିଲେ। ତତ୍‌କ୍ଷଣାତ୍‌ ମରାମତି ଲାଗି କୌଣସି କର୍ମଚାରୀ ନ ଥିବାରୁ ପୁନଃ ବିଦ୍ୟୁତ୍‌ ସଂଯୋଗ ବିଳମ୍ବ ହୋଇଥିଲା।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଉତ୍ସବ ସ୍ଥଳରେ ତଦାରଖ ଲାଗି ଇଡ୍‌କୋର ୮ଜଣ ଓ ଟାଟା ପାୱାର୍‌ର ୪ଜଣ କର୍ମଚାରୀଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରବେଶପତ୍ର ଯୋଗାଇ ଦିଆଯାଇଥିଲା। ମାତ୍ର ଲାଇନ୍‌ କଟିବା ସମୟରେ ସେମାନଙ୍କ ମଧ୍ୟରୁ କେହି ବି ପ୍ରେକ୍ଷାଳୟରେ ଉପସ୍ଥିତ ନ ଥିଲେ। ଟିପିଏନ୍‌ଓଡିଏଲ୍‌ର ଯେଉଁ ୪ଜଣ କର୍ମଚାରୀ ପାସ୍‌ ନେଇଥିଲେ, ସେମାନେ ଉକ୍ତ ସ୍ଥାନରେ ନ ଥିଲେ। ବିଶ୍ବବିଦ୍ୟାଳୟ ବିଦ୍ୟୁତ୍‌ କର୍ମଚାରୀ ମଧ୍ୟ ପାସ୍‌ ନେଇ ପ୍ରେକ୍ଷାଳୟ ଭିତରେ ବସିଥିଲେ। ଲାଇନ୍‌ ଯିବା ପରେ ସେ ମଧ୍ୟ ବାହାରକୁ ଆସିପାରି ନ ଥିଲେ କି ଏମ୍‌ସିବି ମରାମତି କରି ନ ଥିଲେ।

୬ ତାରିଖରେ କାର୍ଯ୍ୟକ୍ରମ ହେବାକୁ ଥିବାରୁ ୪ ତାରିଖଠାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଇଡ୍‌କୋକୁ ପ୍ରେକ୍ଷାଳୟ ହସ୍ତାନ୍ତର କରିଥିଲେ। ସମ୍ପୂର୍ଣ୍ଣ ପ୍ରେକ୍ଷାଳୟ ୩ ଦିନ ଧରି ଇଡ୍‌କୋ ଓ ପୁଲିସ ହେପାଜତରେ ରହିଥିଲା। ବିଦ୍ୟୁତ୍‌ ବ୍ୟାକଅପ୍‌ ଲାଗି ଇଡ୍‌କୋ ପକ୍ଷରୁ ଗୋଟିଏ ଡିଜି ସେଟ୍‌ ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା ଠିକ୍‌ ସମୟରେ ଚାଲିପାରି ନ ଥିଲା। ସେହିପରି ବିଶ୍ବବିଦ୍ୟାଳୟର ଡିଜି ସେଟ୍‌କୁ ଇଡ୍‌କୋ ମରାମତି କରିଥିଲେ ମଧ୍ୟ ତାହା ଧୋକା ଦେଇଥିଲା। ଯେଉଁଥିପାଇଁ ବିଶ୍ବବିଦ୍ୟାଳୟ ବଦନାମ ମୁଣ୍ଡାଇଲା ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।