କଳା ଓ ସଂସ୍କୃତି ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ପେଶାଲ ରିପୋର୍ଟ

ରାମ ମନ୍ଦିର ନିର୍ମାଣ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଲେ ୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ ୧୫/୦୧ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଶୁକ୍ରବାର ଦିନ ନିଧି ସମର୍ପଣ ଅଭିଯାନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅଭିଯାନରେ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ଶ୍ରୀରାମ ଜନମାନଭୂମି ତୀର୍ଥ କ୍ଷେତ୍ର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ମହାରାଜ ଓ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟଧ୍ୟକ୍ଷ ଆଲୋକ କୁମାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତିଙ୍କ ଠାରୁ ୫ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି।

କିଛି ଦିନ ପୂର୍ବରୁ ରାମ ମନ୍ଦିର ଟ୍ରଷ୍ଟ ତରଫରୁ କୁହାଯାଇଥିଲା ଯେ ରାମ ମନ୍ଦିର ନିଧି ସମର୍ପଣ ଅଭିଯାନରେ ଜନତାଙ୍କ ଠାରୁ ସଚ୍ଚୋଟ ମନରେ ମନ୍ଦିର ନିର୍ମାଣ ପାଇଁ ସମର୍ପିତ ଭାବରେ ଦାନ ଗ୍ରହଣ କରାଯିବ। ଏହି ଯୋଜନାକୁ ଭାରତର ୫୦ କୋଟି ଜନତାଙ୍କ ପାଖରେ ପହଞ୍ଚାଇବା ବିଶ୍ୱ ହିନ୍ଦୁ ପରିଷଦର ଉଦ୍ଦେଶ୍ୟ। ଏହି ଅଭିଯାନରେ ସଂଗ୍ରହ ହୋଇଥିବା ରାଶିକୁ ଚାନ୍ଦା ବୋଲି କୁହାଯିବନି। ଏହି ଅଭିଯାନରେ ଜମା ହୋଇଥିବା ରାଶି ଭଗବାନଙ୍କ ରାଶି ବୋଲି କୁହାଯିବ ଏବଂ ଏହା କାହାକୁ ମଗାଯିବନି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,