କଳା ଓ ସଂସ୍କୃତି ଧର୍ମ

ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ‘ରାମାୟଣ’ ଧାରାବାହିକରେ ଶ୍ରୀରାମ ଓ ସୀତାଙ୍କଠୁ ଆରମ୍ଭ କରି ଲଙ୍କାପତି ରାବଣଙ୍କ ଚରିତ୍ରରେ ଅଭିନୟ କରିଥିବା କଳାକାରଙ୍କ ସମ୍ପର୍କରେ ଜାଣନ୍ତୁ ଏହିସବୁ କଥା …

ଟିଭି ପରଦାରେ ବିଭିନ୍ନ ପ୍ରକାର ଧାର୍ମିକ ଓ ପୌରଣିକ ଧାରାବାହିକ ପ୍ରସାରଣ ହୋଇଥାଏ। କିନ୍ତୁ ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକକୁ ଦର୍ଶକ ଏବେ ବି ମନେ ରଖିଛନ୍ତି। ରାମାୟଣ ଧାରା ବାହିକର ପ୍ରଯୋଜକ ଓ ନିର୍ଦେଶକ ଦୁଇଟି ଦାୟିତ୍ବ ନିଜେ ରାମାନନ୍ଦ ସାଗର ନିର୍ବାହ କରୁଥିଲେ।

୧୯୮୬ ରୁ ୧୯୮୮ ମସିହା ମଧ୍ୟରେ ରାମାୟଣ ସିରିୟଲରେ ଅଭିନୟ କରୁଥିବା କଳାକାରଙ୍କ ପ୍ରକୃତ ନାଁ ଭୁଲି ସେମାନେ ଯେଉଁ ଚରିତ୍ରରେ ଅଭିନୟ କରୁଥିଲେ ସେହି ନାଁକୁ ଦର୍ଶକ ମନେ ରଖିଥିଲେ। ରାମାୟଣ ଧାରା ବାହିକ ଏତେ ଲୋକପ୍ରିୟ ହୋଇଗଲା ଯେ ଏପର୍ଯ୍ୟନ୍ତ ସେହି ଚରିତ୍ର ଗୁଡିକ ଦର୍ଶକ ମନରେ ରହିଛି। ରାମାୟଣ ଧାରାବାହିକରେ ଅଭିନୟ କରିଥିବା କିଛି କଳାକାରଙ୍କ ସମ୍ପର୍କରେ ଦର୍ଶକ ଆଜି ବି ଜାଣିବା ଲାଗି ଚେଷ୍ଟା କରୁଛନ୍ତି। ରାମାୟଣରେ ଶ୍ରୀରାମ, ସୀତା ଓ ଲଙ୍କାପତି ରାବଣଙ୍କ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା।

ରାମାୟଣ ଧାରା ବାହିକରେ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରୁଥିବା ଅରୁଣ ଗୋଭିଲଙ୍କ ଅଭିନୟ ଅତି ହୃଦୟସ୍ପର୍ଶୀ ଥିଲା। ଅଧିକାଂଶ ଦର୍ଶକ ତାଙ୍କୁ ପ୍ରକୃତ ରାମ ବୋଲି ଭାବି ନେଇଥିଲେ। କୌଣସି ସ୍ଥାନରେ ଅରୁଣ ପହଞ୍ଚିଲେ ଲୋକମାନେ ତାଙ୍କୁ ଦେଖିବା ଲାଗି ଭିଡି ଜମାଇ ଦିଅନ୍ତି। ଏମିତିକି ତାଙ୍କ ପାଦ ଛୁଁଇ କିଛି ଲୋକ ଆର୍ଶିବାଦ ନେଇଥାନ୍ତି।

ରାମାୟଣ ଧାରାବାହିକରେ ସୀତା ଚରିତ୍ରରେ ଅଭିନୟ କରୁଥିବା ଦୀପିକା ଚିଖ୍ଲିଆଙ୍କୁ ଆଜି ବି ଦର୍ଶକ ପ୍ରକୃତ ସୀତା ବୋଲି ଭାବନ୍ତି। ଟିଭିରେ ସୀତା ଭୂମିକାରେ ବହୁ ଅଭିନେତ୍ରୀ ଅଭିନୟ କରିଛନ୍ତି ହେଲେ ଦୀପିକାଙ୍କ ଅଭିନୟକୁ ଏବେ ବି ଦର୍ଶକ ମନେ ରଖିଛନ୍ତି। ଦୀପିକା କୌଣସି ସ୍ଥାନକୁ ଗଲେ ତାଙ୍କୁ ଦେଖିବା ଲାଗି ଦର୍ଶକ ଭିଡ଼ ଜମାଇ ଦେଇଥାନ୍ତି।

ରାମାୟଣ ଧାରା ବାହିକରେ ହନୁମାନଙ୍କ ଭୂମିକାରେ ଅଭିନୟ କରୁଥିବା ଦାରା ସିଂହଙ୍କୁ ଦର୍ଶକ ଆଜି ତାଙ୍କୁ ମନେ ରଖିଛନ୍ତି। ସେହିପରି ରାବଣ ଭୂମିକାରେ ଅଭିନୟ କରୁଥିବା ଅରବିନ୍ଦ ତ୍ରିବେଦୀଙ୍କ ଲୋକପ୍ରିୟତା ମଧ୍ୟ ଆଜି ବି ସେହିଭଳି ରହିଛି। ରାମାୟଣ ଧାରା ବାହିକରେ ଅରବିନ୍ଦଙ୍କ ନିଖୁଣ ଅଭିନୟ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ସୁନୀଲ ଲହରୀ ରାମାୟଣ ଧାରା ବାହିକରେ ରାମଙ୍କ ସାନ ଭାଇ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିଲେ।

ରାମାୟଣ ଧାରାବାହିକରେ ରାମଙ୍କ ପିତା ଦଶରଥଙ୍କ ଭୂମିକାରେ ବାଲ ଧୁରି ଅଭିନୟ କରିଥିଲେ। ସେହିପରି କୌଶଲ୍ୟାଙ୍କ ଭୂମିକାରେ ଅଭିନେତ୍ରୀ ଅଜଶ୍ରୀ ଗଡକର ଅଭିନୟ କରିଥିଲେ। ରାମାୟଣ ଧାରା ବାହିକରେ ଗୋଟି ଗୋଟି ଚରିତ୍ରଙ୍କୁ ଆଜି ବି ଦର୍ଶକ ମନେ ରଖିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ