ଅପରାଧ ଦେଶ ବିଦେଶ

ରାତିରେ ହସ୍ତଗଣ୍ଠି ପଡ଼ିଲା, ସକାଳୁ ବିଦାୟୀ ‌ପୂର୍ବରୁ କନ୍ୟାଙ୍କୁ ଛାଡ଼ି ବରଯାତ୍ରୀ ନେଇ ଫେରିଗଲେ ବର

ଭରତପୁର: ରାଜସ୍ଥାନର ଭରତପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜୌତୁକ ପାଇଁ ରାତିରେ ବିବାହ କରିଥିବା ୨ ଜଣ କନ୍ୟାଙ୍କୁ ଛାଡ଼ି ବରଯାତ୍ରୀ ନେଇ ଫେରିଗଲେ ୨ ଭାଇ। ୨ କନ୍ୟା ସଂପର୍କୀୟ ଭଉଣୀ ବୋଲି ଜାଣିବାକୁ ମିଳିଛି। ରାତିରେ ସମସ୍ତ ରୀତିନୀତିରେ ବିବାହ ସରିବା ପରେ ସକାଳୁ ବରପକ୍ଷ ଲୋକ କନ୍ୟାପକ୍ଷ ଲୋକଙ୍କୁ ଯୌତୁକ ମାଗିଥିଲେ। କନ୍ୟାପକ୍ଷ ଯୌତୁକ ଦେବାକୁ ଅସମର୍ଥ ହେବାରୁ ବର ୨ ଜଣ ସକାଳୁ ବରଯାତ୍ରୀ ନେଇ ଫେରି ଯାଇଥିଲେ।

ଏହି ଘଟଣା ବୟାନା ଥାନାର ସିକନ୍ଦରାବାଦ୍‌ ଗ୍ରାମର। ଏହି ଗାଁର ଦୁଇ ଭଉଣୀ ସୁଷମା ଏବଂ ରାଜକୁମାରୀଙ୍କ ବିବାହ ରାତିରେ ସଂପନ୍ନ ହୋଇଥିଲା। ସକାଳୁ ଝିଅ ବିଦା ପାଇଁ ଯୋଗାଡ଼ ଚାଲିଥାଏ। ସେହି ସମୟରେ ବରପକ୍ଷ ଲୋକ ଅଢ଼େଇ ଲକ୍ଷ ଟଙ୍କାର ମଟରସାଇକେଲ୍‌ ଦାବି କରିଥିଲେ। ମାତ୍ର ଏତେ ଟଙ୍କାର ମଟର ସାଇକେଲ୍‌ ଦେବାକୁ କନ୍ୟାପକ୍ଷ ଲୋକଙ୍କର ସାମର୍ଥ୍ୟ ନଥିଲା। ଏହି କଥାକୁ ନେଇ କଥା ଆଗକୁ ବଢ଼ିଥିଲା। ‌ଶେଷରେ ବରପକ୍ଷ ଲୋକ କନ୍ୟାଙ୍କୁ ନନେଇ ବରଯାତ୍ରୀ ଧରି ଫେରି ଯାଇଥିଲେ।

ଏହି ଘଟଣା ପରେ କନ୍ୟା ଦ୍ବୟ ନିଜ ପରିଜନଙ୍କ ସହ ବୟାନା ଥାନାରେ ପହଞ୍ଚିଥିଲେ। ସେମାନେ ସେଠାରେ ପହଞ୍ଚି ଯୌତୁକ ଲୋଭୀ ଲୋକମାନଙ୍କ ନାମରେ ମାମଲା ରୁଜୁ କରିଥିଲେ। ଜାଣିବାକୁ ମିଳିଛି ଯେ ସୁଷମା ଏବଂ ରାଜକୁମାରୀଙ୍କ ବିବାହ ରାମପୁର ନିବାସୀ ଗୌରବ ଏବଂ ପବନଙ୍କ ସହ ହୋଇଥିଲା। ପୁଲସ୍‌ ‌ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ