କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

ରାତିରେ ଶୋଇବା ପୁର୍ବରୁ ତିନିଥର ଜପ କରନ୍ତୁ ଏହି ମନ୍ତ୍ର । ସବୁ ସମସ୍ୟାର ଖୁବ୍ ଶୀଘ୍ର ହେବ ସମାଧାନ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆମ ଗ୍ରନ୍ଥ ଓ ଶାସ୍ତ୍ରରେ ଅନେକ ବିବରଣୀ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି, ଯାହା ମନୁଷ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ।ଏହି ବିବରଣୀକୁ ଉପଯୋଗ କରି ମନୁଷ୍ୟ ଅନେକ ସମସ୍ୟାରୁ ମୁକ୍ତି ପାଇଥାଏ।ଆଜି ଆମେ ଆପଣ ମାନଙ୍କୁ ପ୍ରଭୁ ହନୁମାନଙ୍କର ଚାଳିଶା ମାଧ୍ୟମରେ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ। ଏହି ଉପାୟ ଦ୍ଵାରା ଆପଣଙ୍କ ଜୀବନରେ ସୁଖଶାନ୍ତି ବୃଦ୍ଧି ହେବାକୁ ଯାଉଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆପଣ ମାନେ ସମସ୍ତେ ପ୍ରଭୁ ହନୁମାନଙ୍କର ଚାଳିଶା ନିଶ୍ଚିତ ଭାବରେ ପଢ଼ିଥିବେ। ଏହି ହନୁମାନ ଚାଳିଶାର ଅନେକ ଚମତ୍କାରୀ ଗୁଣ ରହିଛି। ଏହି ଗୁଣ ବିଷୟରେ ଆମେ ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ କହିବାକୁ ଯାଉଛୁ। ହୁଏତ ଆପଣ ମାନେ ଏହି କାହାଣୀଟିକୁ ପୂର୍ବରୁ ଶୁଣିଥିବେ। ଯେତେବେଳେ ପ୍ରଭୁ ହନୁମାନ ଛୋଟ ପିଲା ହୋଇଥିଲେ, ଥରେ ତାଙ୍କୁ ଅତ୍ୟଧିକ ଭୋକ ଲାଗୁଥିଲା ଏବଂ ସେ ଆକାଶରେ ଚମକୁଥିବା ସୂର୍ଯ୍ୟଙ୍କୁ ଭୋଜନ କରିବା ପାଇଁ ଉଡ଼ି-ଉଡ଼ି ଆକାଶକୁ ଯାଇଥିଲେ।

ସେତେବେଳେ ପ୍ରଭୁ ହନୁମାନଙ୍କୁ ଦେବରାଜ ଇନ୍ଦ୍ର ଅଟକାଇବା ପାଇଁ ଯାଇଥିଲେ ଏବଂ ତାଙ୍କୁ ସେ ପ୍ରହାର ମଧ୍ୟ କରିଥିଲେ। ଯାହାଫଳରେ ପ୍ରଭୁ ହନୁମାନ ମୂର୍ଛିତ ହୋଇ ଯାଇଥିଲେ । ଏହା ଜାଣିବା ପରେ ପବନ ଦେବତା ଅତ୍ୟନ୍ତ କ୍ରୋଧିତ ହୋଇଥିଲେ। ପରେ ଯେତେବେଳେ ସମସ୍ତ ଦେବୀ ଓ ଦେବତା ମାନେ ପ୍ରଭୁ ହନୁମାନ ଭଗବାନ ମହାଦେବଙ୍କ ଅଂଶ ଅଟନ୍ତି ବୋଲି ଜାଣିଲେ, ସେତେବେଳେ ସମସ୍ତ ଦେବାଦେବୀ ଗଣ ପ୍ରଭୁ ହନୁମାନଙ୍କୁ ଶକ୍ତି ପ୍ରଦାନ କରିଥିଲେ। ତେଣୁ ପ୍ରଭୁ ହନୁମାନଙ୍କର ଚାଳିଶା ସେହି ଶକ୍ତିର ବିଶେଷ ଅଂଶ ଅଟେ। ହନୁମାନ ଚାଳିଶାରେ ଏଭଳି ୨ଟି ଚୌପାଇ ରହିଛି, ଯାହାକୁ ଜପ କରିବା ଦ୍ୱାରା ମନୁଷ୍ୟ ଜୀବନରେ ସମସ୍ତ ସମସ୍ୟା ଦୂର ହେବା ସହିତ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ପ୍ରଥମ ଚୌପାଇଟି ହେଉଛି :-

ଭୁତ ପିଶାଚ ନିକଟ ନହିଁ ଆବୈ।

ମହାବୀର ଜବ ନାମ ସୁନାବେ।।୨୪।।

ଏହି ମନ୍ତ୍ରଟିକୁ ସବୁଦିନ ଜପ କରିବା ଦ୍ବାରା ଯଦି ଆପଣଙ୍କ ମନରେ କୌଣସି ଭୟ ରହିଥାଏ, ତାହେଲେ ନିଶ୍ଚିତ ଭାବରେ ଭୟ ଦୂର ହୋଇଯିବ ଏବଂ ଆପଣ ସର୍ବଦା ନିର୍ଭୟ ରହିବେ।

ଦ୍ଵିତୀୟ ଚୌପାଇଟି ହେଉଛି :-

ନାସୈ ରୋଗ ହରୈ ସବ ପୀରା।

ଜପତ ନିରନ୍ତର ହନୁମତ ବୀରା।।୨୫।।

ଯଦି ଆପଣଙ୍କୁ କୌଣସି ରୋଗ ହୋଇଛି ଏବଂ ଅନେକ ଚିକିତ୍ସା ପରେ ମଧ୍ୟ ଅସୁସ୍ଥ ରହୁଛନ୍ତି, ତାହେଲେ ହନୁମାନ ଚାଳିଶାରେ ଥିବା ଏହି ଚୌପାଇକୁ ପ୍ରତ୍ୟେକଦିନ ଜପ କରନ୍ତୁ । ଦେଖିବେ ଏଭଳି କରିବା ଦ୍ୱାରା ଆପଣଙ୍କର ରୋଗ ସମ୍ପୂର୍ଣ୍ଣ ରୂପରେ ଭଲ ହୋଇଯିବ।ତେବେ ଆପଣ ମାନେ ପ୍ରଭୁ ହନୁମାନଙ୍କ ଏହି ଦୁଇଟି ଚୌପାଇକୁ ପ୍ରତ୍ୟେକଦିନ ରାତିରେ ଶୋଇବା ପୂର୍ବରୁ ଜପ କରନ୍ତୁ।ଦେଖିବେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ।

ତେବେ ବନ୍ଧୁଗଣ ଏହି ବିବରଣୀଟି ଆପଣଙ୍କୁ ପସନ୍ଦ ଆସିଥିଲେ, ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ