ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ରାତାରାତି ଚମକିଗଲା ପ୍ରବାସୀ ଭାରତୀୟଙ୍କ ଭାଗ୍ୟ: ଲଟେରୀରେ ଜିତିଲେ ୨୪ କୋଟି ଟଙ୍କା

ଆବୁ ଧାବି ୦୬/୧୨ : ସଂଯୁକ୍ତ ଆରବ ଇମିରେଟ୍ସରେ ରହୁଥିବା ଜଣେ ଭାରତୀୟଙ୍କର ବାମ୍ପ ଲଟେରୀ ଲାଗିଛି। ଆବୁ ଧାବିରେ ଆୟୋଜିତ ବିଗ ଟିକେଟ ରାଇଫଲରେ ଜର୍ଜ ଜେକବ୍ସ ୨୪ କୋଟି ଟଙ୍କା (୧୨ ମିଲିୟନ ଦିରହମ) ଜିତିଛନ୍ତି। ଆବୁ ଧାବି ଗଣମାଧ୍ୟମ ଖଲିଜ ଟାଇମ୍ସରୁ ଏହି ସୂଚନା ମିଳିଛି। ଜର୍ଜ ଜେକବ୍ସ ଆବୁ ଧାବିରେ ଆୟୋଜିତ ଅନଲାଇନ ବିଗ ଟିକେଟ ରାଇଫଲରେ ଅଂଶଗ୍ରହଣ କରିଥିଲେ। ରାତାରାତି ଜର୍ଜଙ୍କ ଭାଗ୍ୟ ଚମକି ଯାଇଛି।

ଖଲିଜ ଟାଇମ୍ସ ଖବର ଅନୁଯାୟୀ, ଦୁବାଇରେ ରହୁଥିବା ୫୧ ବର୍ଷ ବୟସ୍କ ଜର୍ଜ ଚିକିତ୍ସା ଉପକରଣ ବିକ୍ରେତା। ଗତ କିଛି ଦିନ ହେଲା ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ଲଟେରୀରେ ସେ ପାଖାପାଖି ୨୪କୋଟି ଟଙ୍କା ଜିତିଛନ୍ତି। ଏହି ଟଙ୍କା ତାଙ୍କୁ ଆଶ୍ବସ୍ତି ଦେଇଛି ବୋଲି ସେ କହିଛନ୍ତି।

ଜର୍ଜ ଜେକବ୍ସ ନଭେମ୍ବର ୩୦ ତାରିଖରେ ଟିକେଟ କିଣିଥିଲେ। ଗତ ଦୁଇ ବର୍ଷ ହେଲା ସେ ଅନଲାଇନ ଟିକେଟ କିଣୁଛନ୍ତି। ଗୋଟିଏ ରଫ୍ଲ ଟିକେଟର ଦାମ ୫୦୦ ଦିରହମ। କିନ୍ତୁ ୧୦୦୦ ଦିରହମ ଦେଲେ ଦୁଇଟି ଟିକେଟ ସହ ଗୋଟିଏ ଫ୍ରି ମିଳିଥାଏ। ଏହି ଟିକେଟ୍ ଅଧିକାରିକ ୱେବସାଇଟ୍ ଡବ୍ଲୁ ଡବ୍ଲୁ ଡବ୍ଲୁ ବିଗଟିକେଟ ଡଟ୍ ଏଇ (www.bigticket.ae) କୁ ଯାଇ କିଣିପାରିବେ କିମ୍ବା ଷ୍ଟୋରକୁ ଯାଇ କିଣିପାରିବେ। ଏହି ଟିକେଟ ଷ୍ଟୋର ଆବୁ ଧାବି ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଆଗମନ ହଲ କାଉଣ୍ଟର ପାଖରେ ରହିଛି।

ଏହା ପୂର୍ବରୁ ମଧ୍ୟ ଅନେକ ଲୋକ ଲଟେରୀ ଜିତିଛନ୍ତି। ଲଟେରୀ ଲଗାଇବା ବହୁତ କଷ୍ଟ କାମ। ଲଟେରୀ ଜିତିବା ଭାଗ୍ୟର କଥା।

ନିକଟରେ ଭର୍ଜିନିଆ, ସଂଯୁକ୍ତ ରାଜ୍ୟ ଆମେରିକାର ଜଣେ ବ୍ୟକ୍ତି ଭର୍ଜିନିଆ ପିକ ୪ ଲଟେରୀ ଖେଳରେ ୨୫ ପ୍ଲେ ଜିତିଥିଲେ। ରେମଣ୍ଡ ହେରିଙ୍ଗଟନ ନାମକ ଜଣେ ଭାଗ୍ୟଶାଳୀ ବ୍ୟକ୍ତି ୧ ଡଲାରର ପ୍ରତ୍ୟେକ ୨୫ଟି ସମାନ ଟିକେଟ କିଣିଥିଲେ। ପ୍ରତ୍ୟେକ ଟିକେଟରେ ୪-୬-୪-୦ ର ସଠିକ ୪ଟି ଅଙ୍କର ସଂଯୋଜନା ଥିଲା। ଅଫିସିଆଲ ୱେବସାଇଟ ଅନୁସାରେ ଏହି ବ୍ୟକ୍ତି ଜଣକ ପ୍ରତ୍ୟେକ ଟିକେଟର ଶୀର୍ଷ ପୁରସ୍କାର ଜିତିଥିଲେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ