ରାଜ୍ୟ

ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ: ନୂଆ ଜିଲ୍ଲା କୁଆଡ଼େ ଗଲା?

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିବା ବେଳେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରକୁ ନୂଆ ଜିଲ୍ଲା ଗଠନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଶ୍ରୀ ପ୍ରଧାନ ମଙ୍ଗଳବାର ଦିନ ସମ୍ବଲପୁର ଗସ୍ତରେ ଆସି ମାଝିପାଲରେ ଦେଶର ପ୍ରଥମ ସ୍କିଲ୍‌ ଇଣ୍ଡିଆ ସେଣ୍ଟର ଉଦ୍‌ଘାଟନ ସହିତ ସମ୍ବଲପୁରରୁ ‘ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନା’ର ଆରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବରଗଡ଼ରେ କ୍ୟାନ୍‌ସର୍‌ ହସ୍ପିଟାଲ୍‌ ସହିତ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ପରିପ୍ରେକ୍ଷୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇ କହିଥିଲେ, ଏହିଭଳି ତରବରିଆ ଭାବେ ଉଦ୍‌ଘାଟନ ଏବଂ ସାଂକେତିକ ପ୍ରକଳ୍ପରେ ଲୋକଙ୍କର ବିକାଶ ହୁଏନାହିଁ। କେବଳ ଭୋଟ ସର୍ବସ୍ବ ଯୋଜନା କିଏ କରେ ଓ କ’ଣ କରେ ଓଡ଼ିଶାର ଲୋକେ ବୁଝନ୍ତି। ଏପ୍ରକାରର ଭେଳିକି ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ ନାହିଁ ବୋଲି ସେ କହିଥିଲେ। ଏଥିସହିତ, ଆଉ କିଛିଦିନ ପରେ ୨୦୨୪ ମସିହାର ଫେବ୍ରୁଆରି ମାସ ସରିବାକୁ ଯାଉଛି। ହେଲେ, ନୂଆ ଜିଲ୍ଲା ଗଠନ କଥା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପଦ୍ମପୁର ଉପନିର୍ବାଚନ ସମୟରେ ୨୦୨୩ ମସିହା ଡିସେମ୍ବର ଶେଷ ସୁଦ୍ଧା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲାର ମାନ୍ୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ।

ଅନ୍ୟପକ୍ଷରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ସକାଳେ ସମ୍ବଲପୁର ଷ୍ଟେସନରେ ଅଯୋଧ୍ୟାଠାରେ ଭକ୍ତମାନଙ୍କୁ ପ୍ରଭୁ ଶ୍ରୀରାମ ଲାଲାଙ୍କ ଦର୍ଶନ କରାଇବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ‘ସମ୍ବଲପୁର-ଦର୍ଶନ ନଗର ଆସ୍ଥା ସ୍ୱତନ୍ତ୍ର ଟ୍ରେନ୍‌’ର ଆରମ୍ଭ କରିଥିଲେ। ଆଜି ୨୦ଟି ରେଳ ବଗି ବିଶିଷ୍ଟ ‘ସମ୍ବଲପୁର-ଦର୍ଶନ ନଗର ଆସ୍ଥା ସ୍ୱତନ୍ତ୍ର ଟ୍ରେନ’ ଓଡ଼ିଶାର ଅନେକ ରାମ ଭକ୍ତଙ୍କୁ ନେଇ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।