ଅପରାଧ ରାଜ୍ୟ

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଦୁଇମାସ ଭିତରେ ୩ ସଦସ୍ୟ ପୁରଣ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଖାଲି ପଡିଥିବା ତିନି ସଦସ୍ୟ ପଦ ଦୁଇମାସ ଭିତରେ ପୁରଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ୬ଟି ସଦସ୍ୟ ପଦରୁ ତିନୋଟି ପୂରଣ କରାଯାଇଥିବା ବେଳେ ଅବଶିଷ୍ଟ ପଦ ପୂରଣ ପାଇଁ ଅଧିକ ସମୟ ଲୋଡ଼ା। ଦୁଇ ମାସ ମହଲତ ଲୋଡ଼ି ସରକାରଙ୍କ ତରଫରୁ ଏକ ଅନ୍ତରୀଣ ଆବେଦନ ଦାଖଲ କରାଯାଇଥିବା ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ନିୟମ ଅନୁସାରେ ସଦସ୍ୟ ପଦ ଖାଲି ହେବାର ୧୮୦ ଦିନ ଭିତରେ ଏହା ପୂରଣ କରାଯିବା କଥା ବୋଲି ଆବେଦନକାରୀ ଦର୍ଶାଇଥିଲେ। ହାଇକୋର୍ଟ ଜନସ୍ବାର୍ଥ ଆବେଦନକୁ ଗ୍ରହଣ କରି ୨ ମାସ ଭିତରେ ଆୟୋଗରେ ଖାଲି ପଡିଥିବା ସଦସ୍ୟ ପଦ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହିତ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ୨୦୨୨, ଅକ୍ଟୋବର ୧୪ରେ ନୂଆ ଅଧ୍ୟକ୍ଷା ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ୨୦୨୦, ମେ ୧୯ରୁ ୪ଟି, ୨୦୨୧, ଜାନୁଆରି ୧୦ରୁ ଗୋଟିଏ ଓ ୨୦୨୨, ‌ଅଗଷ୍ଟ ୨୫ରୁ ଗୋଟିଏ ସଦସ୍ୟ ପଦ ଖାଲି ପଡିଥିଲା। ଏଭଳି ଭାବେ ଆୟୋଗର ସମସ୍ତ ୬ଟି ସଦସ୍ୟ ପଦ ଖାଲିବା ପ୍ରସଂଗକୁ ନେଇ ଏହି ଜନସ୍ବାର୍ଥ ଆବେଦନ ଫେବ୍ରୁଆରି ୮ରେ ଦାୟର କରାଯାଇଥିଲା। ଫେବ୍ରୁଆରି ୧୬ରେ ଶୁଣାଣି ସମୟରେ ଆୟୋଗର ସବୁ ସଦସ୍ୟ ପଦ ଖାଲି ପଡିବା ପ୍ରସଂଗକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୨୧ରେ ମାମଲାର ଶୁଣାଣି ସମୟରେ ଆୟୋଗର ତିନି ଜଣ ସଦସ୍ୟଙ୍କ ନିଯୁକ୍ତି ସଂପର୍କିତ ମାର୍ଚ୍ଚ ୧୪ର ବିଜ୍ଞପ୍ତି ସରକାରଙ୍କ ତରଫରୁ ଉପସ୍ଥାପନ କରାଯାଇଥିଲା। ଏଥି ସହିତ ଖୁବଶୀଘ୍ର ଅବଶିଷ୍ଟ ତିନୋଟି ପଦ ପୂରଣ କରାଯିବ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।