ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟ ମାନ୍ୟତା ସୂଚକାଙ୍କ ଶୀର୍ଷରେ ଓଡ଼ିଶା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ର କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ରାଜ୍ୟ ମାନ୍ୟତା ସୂଚକାଙ୍କ ୫ ଜୁଲାଇ, ୨୦୨୨ରେ ଜାରି କରାଯାଇଥିଲା। ଏହି ମାନ୍ୟତାରେ ଓଡ଼ିଶା ୦.୮୩୬ ସ୍କୋର ସହିତ ପ୍ରଥମ ସ୍ଥାନ ହାସଲ କରିଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ଲକ୍ଷ୍ୟ ଆଧାରିତ ସାଧାରଣ ବଣ୍ଟନ ପ୍ରଣାଳୀ (ଟିପିଡିଏସ୍) କାର୍ଯ୍ୟକାରୀ କରାଯାଉଛି। କେନ୍ଦ୍ର ସରକାର ଏହି ଦୁଇଟି ଯୋଜନାରେ ଖାଦ୍ୟଶସ୍ୟ ବିତରଣର ମୂଲ୍ୟାଙ୍କନ କରୁଛନ୍ତି। ଏହି କ୍ରମରେ ରାଜ୍ୟମାନଙ୍କର ପ୍ରଦର୍ଶନକୁ ନେଇ ଏନ୍‌ଏଫ୍‌ଏସ୍‌ଏ ମୂଲ୍ୟାଙ୍କନ ସୂଚକାଙ୍କ ପ୍ରକାଶିତ ହୋଇଛି।

କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ଏହି ସୂଚକାଙ୍କ ତିନୋଟି ସ୍ତମ୍ଭ ଉପରେ ଆଧାରିତ ଯାହାକି ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନର ବିଭିନ୍ନ ଦିଗକୁ ବିବେଚନା କରିଥାଏ। ପ୍ରତ୍ୟେକ ସ୍ତମ୍ଭରେ ବିଭିନ୍ନ ମାପଦଣ୍ଡ ରହିଛି ଯାହା ଏହି ମୂଲ୍ୟାଙ୍କନକୁ ସମର୍ଥନ କରିଥାଏ। ପ୍ରଥମ ସ୍ତମ୍ଭରେ ଏନ୍‌ଏଫ୍‌ଏସ୍‌ଏ, ଉପଯୁକ୍ତ ହିତାଧିକାରୀଙ୍କୁ ସାମିଲ କରିବା ଏବଂ ଏନ୍‌ଏଫ୍‌ଏସ୍‌ଏ ଅଧୀନରେ ସବୁ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ଅନ୍ତର୍ଭୁକ୍ତ କରାଯାଇଛି। ଦ୍ବିତୀୟ ସ୍ତମ୍ଭ ବିତରଣ ପ୍ଲାଟଫର୍ମକୁ ବିଶ୍ଳେଷଣ କରିଥାଏ ଏବଂ ଏଥିରେ ଖାଦ୍ୟ ଶସ୍ୟ ଆବଣ୍ଟନ, ଏହାର ପରିବହନ ଏବଂ ଅନ୍ତିମ ସୋପାନରେ ଥିବା ସୁଲଭ ବିକ୍ରୟ କେନ୍ଦ୍ରରେ ପହଞ୍ଚାଇବା ପ୍ରତି ଧ୍ୟାନ ଦିଆଯାଏ। ତୃତୀୟ ସ୍ତମ୍ଭରେ ବିଭାଗର ପୁଷ୍ଟିସାଧନ ପ୍ରୟାସ ଉପରେ ଧ୍ୟାନ ଦିଆଯାଇଛି।

ରାଜ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତାର ପରିବେଶ ସୃଷ୍ଟି କରିବା, ଆପୋସ ସହଯୋଗ ଓ ପରସ୍ପରଠାରୁ ଶିକ୍ଷାଲାଭ କରିବା, ପାରଦର୍ଶିତା ବଢ଼ାଇବା ଏବଂ ଗବେଷଣା ଓ ବିଶ୍ଳେଷଣ ପାଇଁ ସର୍ବସାଧାରଣ ମଞ୍ଚରେ ପ୍ରାମାଣିକ ତଥ୍ୟ ପ୍ରକାଶ କରିବା ଲାଗି ରାଜ୍ୟ ମାନ୍ୟତା ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ, ଶୀର୍ଷ ସ୍ଥାନରେ ରହିଥିବା ରାଜ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ତରରେ କୌଣସି ଖାଦ୍ୟ ଓ ପୁଷ୍ଟିସାଧନ ମାଧ୍ୟମକୁ କାର୍ଯ୍ୟକାରୀ କରିବାର ପ୍ରସ୍ତାବ ନାହିଁ। ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ଏନ୍‌ଏଫ୍‌ଏସ୍‌ଏର ସାମଗ୍ରିକ ଢାଞ୍ଚା ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରାଜ୍ୟମାନଙ୍କର ଶ୍ରେଷ୍ଠ ପଦ୍ଧତିକୁ ଗ୍ରହଣ କରିବା ଲାଗି ସମ୍ପୂର୍ଣ୍ଣ ସ୍ବାଧୀନ ଅଟନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।