ଦେଶ ବିଦେଶ

ରାଜ୍ୟ ବାର୍‌ ସଂଘ ମନଇଚ୍ଛା ସଦସ୍ୟ ଶୁଳ୍କ ନେଇପାରିବେ ନାହିଁ

ନୂଆଦିଲ୍ଲୀ: ଓକିଲାତି ପାଠ ପଢ଼ି ଆଇନ ଅଭ୍ୟାସ ନିମନ୍ତେ ଆସୁଥିବା ସ୍ନାତକଙ୍କ ଠାରୁ ରାଜ୍ୟ ବାର୍‌ ସଂଘ ମନଇଚ୍ଛା ସଦସ୍ୟ ଶୁଳ୍କ ଆଦାୟ କରିପାରିବେ ନାହିଁ। ସାଧାରଣ ବର୍ଗରଙ୍କ ବ୍ୟକ୍ତିଙ୍କ ଠାରୁ ସଦସ୍ୟତା ଶୁଳ୍କ ବାବଦରେ ୭୫୦ ଟଙ୍କା ଏବଂ ଏସ୍‌ସି ଓ ଏସ୍‌ଟି ବର୍ଗର ବ୍ୟକ୍ତିଙ୍କ ଠାରୁ ଆଇନଜୀବୀ ହେବା ପାଇଁ ୧୨୫ ଟଙ୍କାରୁ ଅଧିକ ଆଦାୟ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି। ଅନ୍ୟାନ୍ୟ ଶୁଳ୍କ, ଷ୍ଟାମ୍ପ୍‌ ଡ୍ୟୁଟି ବା ଅନ୍ୟାନ୍ୟ ଚାର୍ଜ ବାବଦରେ କୌଣସି ରାଶି ଆଦାୟ କରାଯାଇ ପାରିବ ନାହିଁ। ସଂସଦ ଦ୍ବାରା ଗୃହୀତ ଆଇନଜୀବୀ ଆଇନ‌ ଅନୁସାରେ ସଦସ୍ୟତା ନିମନ୍ତେ ଯେଉଁ ‌ନିୟମ ନିର୍ଦ୍ଧାରଣ କରାଯାଇଛି ତାକୁ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) କିମ୍ବା ରାଜ୍ୟ ବାର୍‌ ସଂଘ ଉଲ୍ଲଂଘନ କରିପାରିବେ ନାହିଁ ବୋଲି ଆଜି ଗୌରବ କୁମାର ବନାମ କେନ୍ଦ୍ର ସରକାରଙ୍କ ମାମଲାର ବିଚାର କରି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜେବି ପର୍ଦ୍ଦିୱାଲା ଓ ବିଚାରପତି ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟରେ କହିଛନ୍ତି, ସଦସ୍ୟତା ପ୍ରଦାନ ସମୟରେ ଆଇନ ସ୍ନାତକଙ୍କ ଠାରୁ ବାର୍‌ ସଂଘ କିମ୍ବା ବାର୍‌ କାଉନ୍‌ସିଲ ଆଦାୟ କରୁଥିବା ଭେରିଫିକେସନ୍‌ ଫିଜ୍‌, ବିଲଡିଂ ଫଣ୍ଡ୍‌, ବେନିଭୋଲେଣ୍ଟ୍‌ ଫଣ୍ଡ ଆଦି ଶୁଳ୍କକୁ ସଦସ୍ୟତା ଶୁଳ୍କ ଭାବେ ଗ୍ରହଣ କରାଯିବ। ଜଣେ ସ୍ନାତକ ଠାରୁ ଆଦାୟ ହେଉଥିବା ଅନ୍ୟାନ୍ୟ ଶୁଳ୍କ ନିମନ୍ତେ ଆଇନଜୀବୀ ଆଇନ ୧୯୬୧ର ଧାରା ୨୪(୧) ଏକ ସୀମା ନିର୍ଦ୍ଧାରଣ କରିଛି। ଆଇନଜୀବୀ ଆଇନ ୧୯୬୧ର ଧାରା ୨୪(୧)(ଚ) ଅନୁସାରେ, ରାଜ୍ୟ ବାର୍‌ ସଂଘ ଜଣେ ସାଧାରଣ ବର୍ଗ ସ୍ନାତକ ଠାରୁ ୬୦୦ଟଙ୍କା ଓ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ସଦସ୍ୟତା ପାଇଁ ୧୫୦ଟଙ୍କା ଆଦାୟ କରିପାରିବ। ସେହିଭଳି ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ଯଥାକ୍ରମେ ୧୦୦ଟଙ୍କା ଓ ୨୫ଟଙ୍କା ସଦସ୍ୟ ଶୁଳ୍କ ଆଦାୟ କରାଯାଇପାରିବ।

କିନ୍ତୁ କେତେକ ରାଜ୍ୟରେ ୪୦ ହଜାର ଟଙ୍କା ଯାଏଁ ଆଦାୟ ହେଉଥିବା ଦେଖିବାକୁ ମିଳୁଛି। ଧାର୍ଯ୍ୟ ରାଶି ଠାରୁ ଅଧିକ ଟଙ୍କା ଜଣେ ଆଇନ ସ୍ନାତକ ଠାରୁ ଆଦାୟ କରାଯାଇପାରିବ ନାହିଁ। ଖଣ୍ଡପୀଠ କହିଛନ୍ତି ବାର୍‌ ସଂଘ ନିଜର କାର୍ଯ୍ୟାଳୟ ଚଳାଇବା ଓ କର୍ମଚାରୀଙ୍କ ଦରମା ନିମନ୍ତେ ସଦସ୍ୟ ଶୁଳ୍କ ଉପରେ ନିର୍ଭରଶୀଳ। କିନ୍ତୁ ସଦସ୍ୟତା ପୂର୍ବରୁ ସେମାନଙ୍କ ଠାରୁ ଅଧିକ ଟଙ୍କା ଆଦାୟ କରିବା ଅନୁଚିତ। ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ସୁପ୍ରିମକୋର୍ଟ ଗତ ଏପ୍ରିଲ ୧୦ ତାରିଖରେ କେନ୍ଦ୍ର ସରକାର, ବାର୍‌ କାଉନସିଲ୍‌ ଅଫ୍ ଇଣ୍ଡିଆ ଏବଂ ରାଜ୍ୟ ବାର୍‌ କାଉନ୍‌ସିଲଗୁଡ଼ିକୁ ନୋଟିସ ପଠାଇଥିଲା। ଓଡ଼ିଶାରେ ସଦସ୍ୟତା ପାଇଁ ୪୨୧୦୦ ଟଙ୍କା, ଗୁଜରାଟରେ ୨୫ ହଜାର ଟଙ୍କା, ଉତ୍ତରାଖଣ୍ଡରେ ୨୩୬୫୦ ଟଙ୍କା, ଝାଡ଼ଖଣ୍ଡରେ ୨୧୪୦୦ ଟଙ୍କା ଏବଂ କେରଳରେ ୨୦ ହଜାର ୫୦ ଟଙ୍କା ଆଦାୟ କରାଯାଉଛି ବୋଲି କୋର୍ଟ ନୋଟିସ୍‌ ଜାରି ସମୟରେ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ