ଖେଳ ଦେଶ ବିଦେଶ

ରାଜ୍ୟସ୍ତରୀୟ ସଦାଶିବ ସ୍ମାରକୀ କ୍ରିକେଟ୍‌ ଆରମ୍ଭ: ଉଦ୍‌ଘାଟନୀ ମ୍ୟାଚ୍‌ ଜିତିଲା ଢେଙ୍କାନାଳର ସୁରପ୍ରତାପ ଦଳ

ଭାପୁର: ଫତେଗଡ ନାଲିସାଗର ପଡିଆରେ ଫତେଗଡ ଯୁବକ ସଂଘ ଆନୁକୁଲ୍ୟରେ ଆୟୋଜିତ ଦ୍ବାଦଶ ସଦାଶିବ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ରବିବାରଠୁ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମୁକାବିଲାରେ ଢେଙ୍କାନାଳର ସୁରପ୍ରତାପ କ୍ରିକେଟ ଦଳ ବିଜୟୀ ହୋଇଛି। ଏହି ଦଳ ୪ ରନ୍‌ରେ ଖୋର୍ଦ୍ଧାର କଳିଙ୍ଗ ଟାଇଗର୍ସକୁ ପରାସ୍ତ କରିଛି। ଟସ ଜିତି ବ୍ୟାଟିଂ ନେଇଥିବା ଢେଙ୍କାନାଳ ଦଳ ନିର୍ଧାରିତ ୨୫ ଓଭରରେ ସମସ୍ତ ୱିକେଟ ହରାଇ ୧୭୩ ରନ କରିଥିଲା। ତନ୍ମୟ ମହାନ୍ତି ୩୫ ବଲ୍‌ରୁ ଦ୍ରୁତ ୬୦ (୯ ଚୌକା, ୧ ଛକା) ରନ୍‌ କରିଥିଲେ। ଜବାବରେ କଳିଙ୍ଗ ଟାଇଗର୍ସ ୯ ୱିକେଟ ବିନିମୟରେ ୧୬୯ ରନ୍‌ କରିପାରିଥିଲା। ଶେଷ ଓଭରରେ ଦଳକୁ ବିଜୟ ପାଇଁ ୧୬ ରନ୍‌ ଦରକାର ଥିବାବେଳେ ୧୧ ରନ୍‌ କରିପାରିଥିଲା। ଅଧିନାୟକ ସ୍ବାଧୀନ ପାଇକରାୟଙ୍କ ୪୦ ବଲ୍‌ରୁ ୫୪ (୭ ଚୌକା, ୨ ଛକା) ରନ୍‌ ବେକାର ଯାଇଥିଲା। ତନ୍ମୟ ମହାନ୍ତିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଫତେଗଡ ଯୁବକସଂଘର ସଭାପତି ତଥା ସମାଜସେବୀ ବେଣୁଧର ପ୍ରଧାନଙ୍କ ପୌରାହିତ୍ୟରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫତେଗଡ ଅଞ୍ଚଳର ବର୍ଷିୟାନ ବ୍ୟକ୍ତି ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଲୋକନାଥ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଫତେଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ସାହୁ, ସମାଜସେବୀ ତଥା ବାଣୀ କଣ୍ଠଶିଳ୍ପୀ ଯୁଧିଷ୍ଠିର ଖୁଣ୍ଟିଆ ପ୍ରମୁଖ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଆଜିର ଖେଳକୁ ଦୁର୍ଗା ପ୍ରସାଦ ପଟ୍ଟନାୟକ ଏବଂ ଦ୍ବିଜେନ୍ଦ୍ର ଘୋଷ ପରିଚାଳନା କରିଥିଲେ। ସ୍କୋରର ଭାବେ ପବିତ୍ର କୁମାର ସାହୁ ଏବଂ ଧାରାବିବରଣୀ କାର୍ଯ୍ୟ ସରୋଜ କୁମାର ମହାପାତ୍ର ତୁଲାଇଥିଲେ। ସୋମବାର ଦ୍ବିତୀୟ ଲିଗ୍‌ ମ୍ୟାଚ୍‌ରେ କୁମାରବସ୍ତର ରାଇଜିଙ୍ଗ ଷ୍ଟାର କ୍ରିକେଟ ଦଳ ସହ ଜଟଣୀର ଷ୍ଟ୍ରଟସ କ୍ରିକେଟ କ୍ଲବ୍‌ ମୁହାଁମୁହିଁ ହେବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ