ରାଜ୍ୟ

ରାଜ୍ୟର ୪ଟି ସ୍ଥାନରେ ଷ୍ଟ୍ରିଟ୍‌ ଫୁଡ୍‌ ହବ୍‌: ଭୁବନେଶ୍ବ‌ରରେ ୨, କଟକ ଓ ରାଉରକେଲାରେ ଗୋଟିଏ ଲେଖାଏଁ

ଭୁବନେଶ୍ବର: ରାଜ୍ୟର ୪ଟି ସ୍ଥାନରେ ଷ୍ଟ୍ରିଟ୍‌ ଫୁଡ୍‌ ହବ୍ ପ୍ରତିଷ୍ଠା ହେବ। ଏଥିପାଇଁ ଜାଗା ଚିହ୍ନଟ ହେବା ସହିତ କାର୍ଯ୍ୟ ଆରମ୍ଭ ହୋଇଛି। ଲୋକମାନଙ୍କୁ ସୁସ୍ଥ ଓ ନିରାପଦ ଷ୍ଟ୍ରିଟ୍‌ ଫୁଡ୍‌ ପ୍ରଦାନ କରିବା ପାଇଁ ଏଫ୍‌ଏସ୍‌ଏସ୍‌ଏଆଇ(ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ) ପକ୍ଷରୁ ଏଭଳି ନୂଆ ପଦକ୍ଷେପ ନିଆଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିସନ୍(ଏନ୍‌ଏଚ୍‌ଏମ୍‌) ଜରିଆରେ ଷ୍ଟ୍ରିଟ୍‌ ଫୁଡ୍‌ ପ୍ରତିଷ୍ଠା ପାଇଁ ଅର୍ଥ ଯୋଗାଇ ଦିଆଯିବ।

ଦେଶରେ ପ୍ରତିବର୍ଷ ୧୦ କୋଟି ଲୋକ ବିଷାକ୍ତ ଖାଦ୍ୟ ଜନିତ ରୋଗର ଶିକାର ହେଉଛନ୍ତି। ଆସନ୍ତା ୨୦୩୦ ମସିହା ବେଳକୁ ଏହି ସଂଖ୍ୟା ୧୭କୋଟି ଛୁଇଁବ ବୋଲି ଅନୁମାନ କରାଯାଉଛି। ଫଳରେ ଦେଶର ପ୍ରତି ୯ଜଣରେ ଜଣେ ବ୍ୟକ୍ତି ବିଷାକ୍ତ ଖାଦ୍ୟର ଶିକାର ହେବେ। ଏହା ଯୋଗୁଁ ଚିକିତ୍ସା ଖର୍ଚ୍ଚ ମଧ୍ୟ ବଢ଼ିବ। ବିଷାକ୍ତ ଖାଦ୍ୟ ଯୋଗୁଁ ଲୋକମାନେ ଅସୁସ୍ଥ ହେବା ପଛର ପ୍ରମୁଖ କାରଣ ହେଉଛି ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଖାଦ୍ୟାନୁଷ୍ଠାନ। ଏମାନେ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ଓ ବିକ୍ରି କରୁଥିବାରୁ ଲୋକମାନଙ୍କୁ ବିଭିନ୍ନ ରୋଗର ଶିକାର ହେବାକୁ ପଡ଼ୁଛି। ତେଣୁ ଷ୍ଟ୍ରିଟ୍‌ ଫୁଡ୍ ବିକ୍ରି କରୁଥିବା ଲୋକମାନଙ୍କ ଭିତରେ ସ୍ବଚ୍ଛତା ଆଣିବା ସହ ଲୋକମାନଙ୍କୁ ନିରାପଦ ଖାଦ୍ୟ ମିଳିବା ଏକ ପ୍ରମୁଖ ଆହ୍ବାନ ପାଲଟିଛି। ଏଥିପାଇଁ ଦେଶବ୍ୟାପୀ ୧୦୦ଟି ଷ୍ଟ୍ରିଟ୍‌ ଫୁଡ୍‌ ହବ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସିଙ୍ଗାପୁର, ଥାଇଲାଣ୍ଡ, ଜାପାନ, ହଂକଂ ଭଳି ଦେଶରେ ଷ୍ଟ୍ରିଟ୍ ଫୁଡ୍‌ ସଂସ୍କୃତି ଲୋକମାନଙ୍କ ଭିତରେ ବେଶ୍‌ ଗ୍ରହଣୀୟ ହୋଇପାରିଛି। ଦେଶର ଖାଦ୍ୟ ଇକୋସିଷ୍ଟମ୍‌କୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଇଟ୍‌ ରାଇଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, କଟକର ବାରବାଟୀ ଷ୍ଟାଡିୟମ୍‌ ନିକଟରେ ହେବାକୁ ଥିବା ଷ୍ଟ୍ରିଟ୍‌ ଫୁଡ୍‌ ହବ୍ ପାଇଁ ୩କୋଟି ୮୬ଲକ୍ଷ ୪୨ହଜାର ଟଙ୍କା ଖର୍ଚ୍ଚ ହେବ। ଭୁବ‌ନେଶ୍ବରରେ ନା‌ଲ୍‌କୋ ଛକସ୍ଥିତ ପ୍ରୟାସ ଓ ଶୈଳଶ୍ରୀ ବିହାର ମଙ୍ଗଳା ମନ୍ଦିର ନିକଟରେ ଆଉ ଏକ ହବ୍ ପ୍ରତିଷ୍ଠା ହେବ। ପ୍ରୟାସ ନିକଟ ଷ୍ଟ୍ରିଟ୍‌ ଫୁଡ୍‌ ହବ୍ ପାଇଁ ୧.୬୫ କୋଟି ଓ ଶୈଳଶ୍ରୀ ବିହାର ପାଇଁ ୯୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏସବୁ ସ୍ଥାନରେ ନିରାପଦ ପାନୀୟ ଜଳ, ହାତ ଧୋଇବା, ଶୌଚାଳୟ, ସାଧାରଣ ଅଞ୍ଚଳରେ ଟାଇଲ ଚଟାଣ, ତରଳ ଓ କଠିକ ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥା, ଡଷ୍ଟବିନ୍, ବିଲ୍‌ବୋର୍ଡ ଓ ସାଇନେଜ୍ ପାଇଁ ଏହି ଅର୍ଥ ଯୋଗାଇ ଦିଆଯିବ। ଏନ୍‌ଏଚ୍‌ଏମ୍ ଜରିଆରେ ୬୦:୪୦ ଅନୁପାତରେ ଅର୍ଥ ମିଳିବ। ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ଓଡ଼ିଶା ସମେତ ଦେଶ ଓ ଅନ୍ତର୍ଜାତୀୟ ଖାଦ୍ୟକୁ ଲୋକମାନଙ୍କୁ ଯୋଗାଇଦେବା ହେଉଛି ଏହି ହବ୍‌ ପ୍ରତିଷ୍ଠାର ପ୍ରମୁଖ ଉଦ୍ଦେଶ୍ୟ। କେବଳ ଷ୍ଟ୍ରିଟ୍‌ ଫୁଡ୍‌ ଭେଣ୍ଡରମାନେ ହିଁ ଏଥିରେ ସାମିଲ ହେବେ। ଚଳିତବର୍ଷ ଶେଷ କିମ୍ବା ୨୦୨୫ ମସିହା ବେଳକୁ ଏହି ୪ଟି ଷ୍ଟ୍ରିଟ୍‌ ଫୁଡ୍‌ ହବ୍‌ର ଉଦ୍‌ଘାଟନ କରାଯିବ। ଏହାପରେ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଅନ୍ୟ ସ୍ଥାନରେ ଏହି ହବ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।