ରାଜ୍ୟ

ରାଜ୍ୟରେ ୬୦୦ ଜେଲ୍‌ ୱାର୍ଡର ପଦବି ଖାଲି: ୨ ବର୍ଷ ହେଲା ନିଯୁକ୍ତି ବନ୍ଦ

ଭୁବନେଶ୍ବର: ଜେଲ୍‌ରେ ତୃଣମୂଳସ୍ତରର ସୁରକ୍ଷା ଦାୟିତ୍ବ ୱାର୍ଡରଙ୍କ ହାତରେ। କିନ୍ତୁ ରାଜ୍ୟର ସମସ୍ତ ଜେଲ୍‌ରେ ଆବଶ୍ୟକ ସଂଖ୍ୟକ ୱାର୍ଡର ଅଭାବ। ରାଜ୍ୟରେ ୬୦୦ରୁ ଅଧିକ ୱାର୍ଡର ପଦବି ଖାଲି ପଡ଼ିଛି। ୨ ବର୍ଷ ହେଲା ନିଯୁକ୍ତି ବନ୍ଦ ଥିବାରୁ ଜେଲ୍‌ ସୁରକ୍ଷା‌ ବାଧାପ୍ରାପ୍ତ ହେଉଥିବା ପରିଲକ୍ଷିତ ହେଉଛି। ଚୌଦ୍ବାର, ଝାରପଡ଼ା, ବାରିପଦା ଓ ବ୍ରହ୍ମପୁର ଭଳି ସ୍ବତନ୍ତ୍ର ଜେଲ୍‌ରେ ମଧ୍ୟ ଅନୁରୂପ ଅବସ୍ଥା। ସମ୍ପ୍ରତି ଅପରାଧ ବଢ଼ିବଢ଼ି ଚାଲିଛି ଏବଂ ଜେଲ୍‌ରେ କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାତ୍ର ଜେଲ୍‌ ଜଗିବାକୁ ୱାର୍ଡର ନିଯୁକ୍ତି ହେଉନାହିଁ।

ଓଡ଼ିଶାରେ ରହିଛି ୮୭ ଜେଲ୍‌। ନିୟମାନୁସାରେ ରାଜ୍ୟର ସମସ୍ତ ଜେଲ୍‌ ପାଇଁ ଆବଶ୍ୟକ ୨୧୦୦ ୱାର୍ଡର। କିନ୍ତୁ ଅଛନ୍ତି ୧୫୦୦। ତେଣୁ ୩୦ ପ୍ରତିଶତ ଵାର୍ଡର ପଦବି ପୂରଣ ହୋଇପାରିନାହିଁ। ଦୁଇ ବର୍ଷ ତଳେ ୨୧୯ଟି ଵାର୍ଡର ପଦବି ପୂରଣ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେତିକି ମଧ୍ୟ ପୂରଣ ହୋଇପାରିନାହିଁ। ଚୌଦ୍ବାର ଜେଲ୍‌ ପାଇଁ ଆବଶ୍ୟକ ୱାର୍ଡର ପଦବି ସଂଖ୍ୟା ୧୨୬। କିନ୍ତୁ ଏଠାରେ ଅଛନ୍ତି ମାତ୍ର ୧୦୦। ବହୁ ବର୍ଷ ହେଲା ୨୬ ପଦବି ପୂରଣ କରାଯାଉନାହିଁ। ବ୍ରହ୍ମପୁର ପାଇଁ ୮୫ ପଦବି ଦରକାର, ୧୫ ଖାଲି ପଡ଼ିଛି। ବାରିପଦା ପାଇଁ ଆବଶ୍ୟକ ୬୫ ୱାର୍ଡର, ୧୫ ପଦବି ଫାଙ୍କା। ଭୁବନେଶ୍ବର ଝାରପଡ଼ା ଜେଲ୍‌ ପାଇଁ ଅନୁମୋଦିତ ପଦବି ସଂଖ୍ୟା ୬୫, ମାତ୍ର ଅଛନ୍ତି ୫୦। ଏହି ସବୁ ଜେଲ୍‌ରେ କଏଦୀଙ୍କ ସଂଖ୍ୟା କିନ୍ତୁ ନିୟମଠାରୁ ବଳେଇଗଲାଣି। ତେଣୁ ଵାର୍ଡର ପଦବି ଖାଲି ପଡ଼ିବା କାରଣରୁ କର୍ତ୍ତବ୍ୟରତ କର୍ମଚାରୀଙ୍କ ଉପରେ ଚାପ ବଢ଼ୁଛି। ତେଣୁ ସେମାନଙ୍କଠାରୁ ଆଶାନୁରୂପ କର୍ତ୍ତବ୍ୟ ମିଳିପାରୁନାହିଁ।

ଜେଲ୍‌ ଭିତରେ ବିଚରାଧୀନ କଏଦୀ ଓ ଆସାମୀମାନଙ୍କ ସୁରକ୍ଷା, ଶୃଙ୍ଖଳା, ମେଡିକାଲ୍‌ ଟ୍ରିଟ୍‌ମେଣ୍ଟ ସମ୍ବନ୍ଧୀୟ ସୂଚନା ସଂଗ୍ରହ ଭଳି କାମ ସବୁକୁ ଗ୍ରାଉଣ୍ଡ୍‌ ଜିରୋରୁ କରନ୍ତି ୱାର୍ଡରମାନେ। ମାତ୍ର ପଦବି ପୂରଣ ହେଉ ନଥିବାରୁ ଏସବୁ ମୌଳିକ କାମ ସୁଚାରୁରୂପେ ସମ୍ପାଦିତ ହୋଇପାରୁନାହିଁ। ତେଣୁ ବିଭିନ୍ନ ସମୟରେ ଜେଲ୍‌ ଭିତରେ ବିଶୃଙ୍ଖଳା ସୃଷ୍ଟି ହେଉଛି ଏବଂ କଏଦି ଚମ୍ପଟ ମାରିବା ଭଳି ଘଟଣା ଘଟୁଛି। ଏବେ ସମସ୍ତ ସ୍ବତନ୍ତ୍ର କାରାଗାରରେ କଏଦି ସଂଖ୍ୟା ମାତ୍ରାଧିକ ହେଲାଣି। ସେମାନଙ୍କ ଦେଖାଶୁଣା କରିବାକୁ ୱାର୍ଡର ପଦବି ବଢ଼ିବା ଜରୁରି ହୋଇପଡ଼ିଛି। ମାତ୍ର ବଢ଼ିବ କ’ଣ ପୂର୍ବରୁ ଅନୁ ମୋଦିତ ପଦବି ପୂରଣ ହୋଇପାରୁନାହିଁ ବୋଲି ବହୁ ଜେଲ୍‌ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧା ବଢ଼ୁଛି। ଏନେଇ ହାଇକୋର୍ଟ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏନେଇ ଜେଲ୍‌ ଡିଜି ଅମ୍ରିତ୍‌ ମୋହନ ପ୍ରସାଦ କହିଛନ୍ତି ଯେ ଏହି ପଦବି ପୂରଣ ପାଇଁ ପ୍ରସ୍ତୁତି ଚାଲିଛି। ଖୁବ୍‌ ଶୀଘ୍ର ପଦବି ପୂରଣ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।