ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ୩ ଦିନ‌ ଅନୁଭୂତ ହେବ ପ୍ରବଳ ଶୀତ, ସକାଳୁ ପଡ଼ିବ କୁହୁଡ଼ି

ଭୁବନେଶ୍ବର : ଗତ ୨୪ ଘଣ୍ଟାରେ ଓଡ଼ିଶାର ଅଧିକାଂଶ ସ୍ଥାନର ପାରଦ ୨ ଡିଗ୍ରି ତଳକୁ ଖସିଛି। ଆସନ୍ତା ୩ ଦିନ‌ରେ ଆହୁରି ୩ ଡିଗ୍ରି ଖସିବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ। ଏହାସହ ସକାଳୁ କୁହୁଡ଼ି ପଡ଼ିବ ଓ ଆକାଶ ନିର୍ମଳ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୋମବାର ଦିନ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ସୋନପୁର, ଅନୁଗୁଳ ଓ ବୌଦ୍ଧ ଆଦି ଜିଲ୍ଲାରେ ସକାଳୁ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା।
ଗତରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କିରେଇଠାରେ ୧୦.୫ ଡିଗ୍ରି ରେକର୍ଡ କରାଯାଇଥିଲା। ଦାରିଙ୍ଗବାଡ଼ି ଓ ଜି. ଉଦୟଗିରିରେ ୧୨ଡିଗ୍ରି ଓ ଫୁଲବାଣୀଠାରେ ସର୍ବନିମ୍ନ ୧୨.୫ଡିଗ୍ରି ରହିଥିଲା। ଗତରାତିରେ ଦ୍ବୈତନଗରୀରେ ମଧ୍ୟ ତାପମାତ୍ରା ୨ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଛି। ଭୁବନେଶ୍ବରର ସର୍ବନିମ୍ନ ରାତି ତାପମାତ୍ରା ୧୬.୧ଡିଗ୍ରି ଓ କଟକରେ ୧୫.୮ ଡିଗ୍ରି ରହିଥିଲା। ଆଜି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ସକାଳୁ ହାଲୁକା କୁହୁଡ଼ି ପଡ଼ିବ। ଆକାଶ ନିର୍ମଳ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୨୯ଡିଗ୍ରି ଓ ସର୍ବନିମ୍ନ ୧୮ ଡିଗ୍ରି ଭିତରେ ରହିବ। ଏହାବ୍ୟତୀତ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାର ସିଧାସଳଖ କୌଣସି ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।