ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ୩୬ଟି ନୂତନ ଥାନା ପ୍ରତିଷ୍ଠା କରାଯାଇଛି: ଗୃହ ରାଷ୍ଟ୍ର ମନ୍ତ୍ରୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବ‌ନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟରେ ୩୬ଟି ନୂତନ ଥାନା ପ୍ରତିଷ୍ଠା କରାଯାଇଛି ବୋଲି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରେ ‌ସେ କହିଛନ୍ତି, ପୂର୍ବରୁ ୬୪୩ଟି ପୁଲିସ ଥାନା ଥିଲା। ଅନେକ ବିଧାୟକ ନିଜ ଅଞ୍ଚଳରେ ନୂଆ ଥାନା ପାଇଁ ନିବେଦନ କରିଛନ୍ତି। ଯେଉଁଠି ଅଧିକ ଅପରାଧିକ ମାମଲା ରହୁଛୁ, ସେଠାରେ ଆବଶ୍ୟକତା ଦେଖି ଥାନା ପରିବର୍ଦ୍ଧିତ କରାଯିବ। ନୂଆ ଥାନା ନିର୍ମାଣ ପାଇଁ କିଛି କ୍ରାଇଟ୍ରେରିଆ ରହିଛି। ଯେମିତି ମାସକୁ କେତେ କେସ ରେକର୍ଡ ଆସୁଛି ଏବଂ ବର୍ଷକର ଷ୍ଟାଟିଷ୍ଟିକାଲ ଡାଟା ନେଇ କି ନୂଆ ଥାନା ପାଇଁ ବିଚାର କରାଯାଏ।

ଉଲ୍ଲେଖଯୋଗ୍ୟ, ପ୍ରଶ୍ନକାଳରେ ନିଜ ଅଞ୍ଚଳରେ ନୂଆ ଥାନା ଖୋଲିବା ନେଇ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଗୃହରେ ଦାବି ରଖିଛନ୍ତି ।

ଏଣେ ସମ୍ବଲପୁରକୁ କମିସନରରେଟ ପୁଲିସର ମାନ୍ୟତା କେବେ ମିଳିବ ବୋଲି ଗୃହରେ ପ୍ରଶ୍ନ କଲେ ରେଙ୍ଗାଳି ବିଧାୟକ ନାଉରି ନାୟକ।  ସେ କହିଥିଲେ ଯେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ତାହା କାହିଁକି ହେଉ ନାହିଁ। କେବେ ସୁଦ୍ଧା ସମ୍ବଲପୁରକୁ କମିସନରେଟ ଘୋଷଣା କରାଯିବ।

ଗୃହ ରାଷ୍ଟ୍ର ମନ୍ତ୍ରୀ ଏହାର ଉତ୍ତରରେ କହିଛନ୍ତି,  ସମ୍ବଲପୁରକୁ କମିସନରରେଟ ଦେବାକୁ ଯଦି ଘୋଷଣା ହୋଇଥିଲା, ତେବେ ମୁଁ ତାକୁ ଆଉଥରେ ଅନୁଧ୍ୟାନ କରିବି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।