ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସବୁ ଓମିକ୍ରନ୍ ଭାରିଆଣ୍ଟର : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୨୧।୬: ରାଜ୍ୟରେ କୋଭିଡ୍ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ଆରମ୍ଭ ହୋଇଛି । କୋଭିଡ୍ ସଂକ୍ରମଣ ସହ ଟିବି, ଫାଇଲେରିଆ, ମ୍ୟାଲେରିଆ, ଡ଼ାଇରିଆ, ଡେଙ୍ଗୁ ଭଳି ରୋଗ ଚିହ୍ନଟ ପାଇଁ ଡୋର୍ ଟୁ ଡୋର୍ ସର୍ଭିଲାନ୍ସ କରାଯାଉଛି ।

ଗତ ୧୫ ଦିନରେ ରାଜ୍ୟରେ ସଂକ୍ରମଣ ସିଙ୍ଗଲ ଡିଜିଜ୍‌ରେ ରହୁଥିଲା । ଏବେ ତାହା ବଢିବା ଆରମ୍ଭ କରିଛି । କିନ୍ତୁ ତାହା ଏତେ ଅଧିକ ନୁହେଁ । ହସ୍ପିଟାଲାଇଜେସନ୍ ବଢି ନାହିଁ । ତଥାପି ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ କରି କେଉଁଠି ଅଧିକ ସଂକ୍ରମଣ ବଢୁଛି ତାହାର ତଥ୍ୟକୁ ଅନୁଧ୍ୟାନ କରିବୁ । ଏହା ବାଦ୍ ଲୋକମାନଙ୍କୁ ଅପିଲ କରୁଛୁ ସମସ୍ତେ ଟିକା ନିଅନ୍ତୁ । ବର୍ତ୍ତମାନ ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସବୁ ଓମିକ୍ରନ୍ ଭାରିଆଣ୍ଟର ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ