ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ କଟିଲା ଲକ୍ଷେ ୧୪ ହଜାର ଜାଲ ଜବ୍‌ କାର୍ଡ

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ଜାଲ ଜବ୍‌କାର୍ଡ ଏକ ବଡ଼ ସମସ୍ୟା ହୋଇରହିଛି। ‌ତାହାର ମୁକାବିଲା ଲାଗି ପଦକ୍ଷେପ ମଧ୍ୟ ନିଆଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାର ୧,୧୪,୩୩୩ ଜାଲ ଜବ୍‌ କାର୍ଡକୁ ହଟାଇ ଦିଆଯାଇଛି ଯାହା ହେଉଛି ଦେଶରେ ଦ୍ବିତୀୟ ସର୍ବାଧିକ। ୨୦୨୧-୨୨ରେ ଓଡ଼ିଶାରେ ୫୦,୮୧୭ ନକଲି ଜବ୍‌ କାର୍ଡକୁ ବାଦ ଦିଆଯାଇଥିଲା। ଅର୍ଥାତ ବର୍ଷକ ଭିତରେ ଜାଲ ଜବ୍‌ କାର୍ଡ ସଂଖ୍ୟାରେ ରାଜ୍ୟରେ ଦୁଇ ଗୁଣାରୁ ଅଧିକ ବୃଦ୍ଧି ହୋଇଥିଲା। ସଂସଦରେ ଗ୍ରାମୀଣ ବିକାଶ ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଓଡ଼ିଶାରେ ୫୮.୯୧ ଲକ୍ଷ ଜବ୍‌ କାର୍ଡ ଜାରି କରାଯାଇଛି। ସେଥିରୁ ସକ୍ରିୟ ଜବ୍‌କାର୍ଡ ସଂଖ୍ୟା ହେଉଛି ୪୮.୪୨ ଲକ୍ଷ।

‌ସର୍ବଭାରତୀୟ ସ୍ତରରେ ୨୦୨୧-୨୨ରେ ୩,୦୬,୯୪୪ ଜାଲ ଜବ୍‌ କାର୍ଡକୁ ବନ୍ଦ କରାଯାଇଥିଲା। ୨୦୨୨-୨୩ରେ ତା’ଠାରୁ ଦୁଇ ଗୁଣା ଅଧିକ ଜାଲ ଜବ୍‌ କାର୍ଡ ବନ୍ଦ କରାଯାଇଛି। ଏହି ବର୍ଷ ଉତ୍ତରପ୍ରଦେଶରେ ସର୍ବାଧିକ ୨.୯୬ ଲକ୍ଷ ଜବ୍‌ କାର୍ଡକୁ ବନ୍ଦ କରାଯାଇଛି। ମଧ୍ୟପ୍ରଦେଶରେ ୨୭,୮୫୯, ବିହାରରେ ୮୦,୨୦୩, ଝାଡ଼ଖଣ୍ଡରେ ୭୦,୬୭୩, ଆନ୍ଧ୍ରପ୍ରଦେଶରେ ୧,୮୩୩, ରାଜସ୍ଥାନରେ ୪୫,୬୪୬, ପଶ୍ଚିମବଙ୍ଗରେ ୫୨୬୩ ଜାଲ ଜବ୍ କାର୍ଡ ବନ୍ଦ କରାଯାଇଛି। ପଶ୍ଚିମବଙ୍ଗରେ ମନରେଗାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗରେ ଗତ ଦୁଇ ବର୍ଷ ଧରି ମନରେଗା ପେମେଣ୍ଟ୍‌ ବନ୍ଦ ରହିଛି। ବିଭିନ୍ନ କାରଣ ଲାଗି ଜବ୍ କାର୍ଡ ରେକର୍ଡରୁ ବାଦ ଦିଆଯାଏ। ଜାଲ୍ କିମ୍ବା ଜାଲ୍‌ ହୋଇଥିଲେ କିମ୍ବା ହିତାଧିକାରୀ ଗୋଟିଏ ପଞ୍ଚାୟତରୁ ଅନ୍ୟତ୍ର ଚାଲିଗଲେ କିମ୍ବା ହିତାଧିକାରୀଙ୍କ ମୃତ୍ୟୁ ଘଟିଲେ ଜବ୍ କାର୍ଡ ବାଦ ଦିଆାାଏ। ଜାଲ୍‌ ଜବ୍ କାର୍ଡ ସମସ୍ୟାକୁ ରୋକିବା ଲାଗି ଆଧାର ସିଡିଂକୁ ବାଧ୍ୟତାମୂଳକ କରାଯାଇଛି। ନିୟମ ଉଲ୍ଲଂଘନକାରୀମାନଙ୍କ ଲାଗି ୧୦୦୦ ଟଙ୍କାର ଜରିମାନା ଭଳି ବ୍ୟବସ୍ଥା ମଧ୍ୟ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।