ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ଆର୍ଥିକ ଶୃଙ୍ଖଳା ଓ ଆଇନର ଶାସନ ବାଟବଣା ହୋଇଛି: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ୪୧ଟି ବିଭାଗ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି। ଯଦି ହାଇକୋର୍ଟଙ୍କ କୌଣସି ବିଚାରରେ ରାଜ୍ୟ ସରକାର ଅସନ୍ତୁଷ୍ଟ ଅଛନ୍ତି ତେବେ ୯୦ଦିନ ଭିତରେ ‘ସ୍ପେସିଆଲ ଲିଭ୍ ପିଟିସନ୍‌’ (ଏସ୍‌ଏଲ୍‌ଭି) ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇପାରିବେ। କିନ୍ତୁ ଏହି ସମୟ ଅବଧିରେ ରାଜ୍ୟ ସରକାର ଏସ୍‌ଏଲ୍‌ଭି ପାଇଁ ସୁପ୍ରିମକୋର୍ଟ ଯାଉନାହାନ୍ତି। କେସ୍ ହାରିବା ପରେ ବି ଅଦାଲତଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି। ଯେଉଁଥିପାଇଁ ଅଦାଲତ ଅବମାନନା ମାମଲା ବଢ଼ିବାରେ ଲାଗିଛି। ଏହି ମାମଲା ସଂଖ୍ୟା ୯ହଜାରରୁ ଅଧିକ ହେଲାଣି। ଖୋଦ୍ ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଉଦ୍‌ବେଗ ପ୍ରକାଶ କଲେଣି। ଏହା ସୂଚାଉଛି ଯେ ରାଜ୍ୟରେ ଆଇନର ଶାସନ ବାଟବଣା ହୋଇଛି ବୋଲି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟ ସରକାର ଯେ କେବଳ ବିଚାର ବିଭାଗକୁ ତାତ୍ସଲ୍ୟ କରୁଛନ୍ତି ତାହା ନୁହେଁ ବରଂ ରାଜ୍ୟ ସରକାରଙ୍କ ଅର୍ଥକୋଷ ଉପରେ ମଧ୍ୟ ଚାପ ପଡ଼ୁଛି। ଯାହାକି ଗରିବ ଓଡ଼ିଆଙ୍କ ଟିକସ ଅର୍ଥରେ ଭରଣା ହେଉଛି। ଆଇନ ପ୍ରତି ରାଜ୍ୟ ସରକାରଙ୍କ ଏହା କେଉଁ ପ୍ରକାରର ପ୍ରତିବଦ୍ଧତା ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ରାଜ୍ୟ ସରକାର ସମସ୍ତ ବିଧି ବ୍ୟବସ୍ଥାକୁ ଦଳିମକଚି ବାରମ୍ବାର ଟ୍ରେଜେରିରୁ ପଇସା ଉଠାଇ ବିଭିନ୍ନ ବ୍ୟାଙ୍କରେ ଜମା କରିଦେଉଛନ୍ତି। ଏହା ସମ୍ପୂର୍ଣ୍ଣ ବେଆଇନ ଏବଂ ଏ ପ୍ରକାର କାମ କରିବା ପାଇଁ ସରକାରୀ ଅଧିକାରୀଙ୍କୁ ଅନୁମତି ନାହିଁ। କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଆସୁଥିବା ଅର୍ଥ ପାଇଁ ଏକ ନିର୍ଦ୍ଦିଷ୍ଟ ସିଙ୍ଗିଲ୍ ନୋଡାଲ୍ ଏଜେନ୍ସି ଆକାଉଣ୍ଟ୍‌ (ଏସ୍‌ଏନ୍‌ଏ ଆକାଉଣ୍ଟ)ରେ ଜମା କରିବା କଥା। ହେଲେ ରାଜ୍ୟ ସରକାର ତାହା କରୁନାହାନ୍ତି। ରାଜକୋଷରୁ ଅର୍ଥ ଉଠାଇ ଉଦ୍ଦିଷ୍ଟ ଯୋଜନାରେ ଖର୍ଚ୍ଚ କରାଯାଉନାହିଁ। ବରଂ ବେଆଇନ ଭାବେ ବ୍ୟାପକ ଅର୍ଥକୁ ବିଭିନ୍ନ ବ୍ୟାଙ୍କ୍ ଖାତାରେ ଜମା କରାଯାଉଛି। ଫଳରେ ଆୟ ହେଉଥିବା ସୁଧର ହିସାବ କିତାବ ମିଳୁନାହିଁ । ରାଜକୋଷରୁ ଅର୍ଥ ଉଠାଯାଇ ବ୍ୟାଙ୍କ୍‌ରେ ଜମା କରାଯାଇପାରିବ ନାହିଁ ବୋଲି ୨୦୨୨ ଜୁଲାଇରେ ତତ୍କାଳୀନ ଅର୍ଥ ସଚିବ ଅଶୋକ ମୀନା ‘ଡ୍ରଇଂ ଆଣ୍ଡ ଡିସବର୍ସିଂ ଅଫିସର (ଡିଡିଓ)’ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଅମାନ୍ୟ କଲେ ‘ଓଡ଼ିଶା ସିଭିଲ୍ ସର୍ଭିସ୍ ରୁଲ୍‌ସ୍‌-୧୯୬୨’ ନିୟମାନୁଯାୟୀ ଦଣ୍ଡିତ ହେବେ ବୋଲି କହିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଜଣେ ହେଲେ ଦଣ୍ଡିତ ହୋଇନାହାନ୍ତି। ଏହା ହିଁ ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ଆର୍ଥିକ ଶୃଙ୍ଖଳାର ନଗ୍ନ ନମୁନା ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଏହି ଅବସରରେ ସେ ଉଦାହରଣ ଦେଇ କହିଥିଲେ, କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକରେ ୯୯ଲକ୍ଷ ଟଙ୍କା ଟ୍ରେଜେରିରୁ ଉଠିଛି, କିନ୍ତୁ ଉଦ୍ଦିଷ୍ଟ ପ୍ରକଳ୍ପ/ ଯୋଜନା ପାଇଁ ଖର୍ଚ୍ଚ ହୋଇନାହିଁ। ‘ଲୋକାଲ୍ ଅଡିଟ୍ ଫଣ୍ଡ୍‌’ର ବିବରଣୀ ଅନୁଯାୟୀ ଉଠାଯାଇଥିବା ୯୯ଲକ୍ଷ ଟଙ୍କାର କୌଣସି ଭାଉଚର୍ ନାହିଁ। ଏଥିରେ ଦ୍ୱାଦଶ ଅର୍ଥ କମିସନ୍‌ର ୨୫ଲକ୍ଷ ୩୦ହଜାର, ବିଧବା ଭତ୍ତାରୁ ୨୧ ଲକ୍ଷ ଟଙ୍କା, ବାର୍ଦ୍ଧକ୍ୟ ଭତ୍ତା ୧୫ଲକ୍ଷ ଟଙ୍କା, ମନରେଗାର ୧୯ଲକ୍ଷ ଟଙ୍କା ଏବଂ ବିଧାୟକ ପାଣ୍ଠିର ୯୧ହଜାର ଟଙ୍କାର ହିସାବ ମିଳୁନାହିଁ। ଅର୍ଥାତ୍ ବିତ୍ତୀୟ ଶୃଙ୍ଖଳା ରକ୍ଷା କରିବାର ଯେଉଁ ସର୍ବନିମ୍ନ ମାପଦଣ୍ଡ ଅଛି ରାଜ୍ୟ ସରକାର ତାକୁ ପାଳନ କରୁନାହାନ୍ତି। ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟ ଆଗାମୀ ଦିନରେ ରାଜ୍ୟର ଆର୍ଥିକ ବ୍ୟବସ୍ଥାକୁ ବିରାଟ ସଙ୍କଟ ଭିତରକୁ ଟାଣି ଆଣିବାର ସମ୍ଭାବନା ସୃଷ୍ଟି କରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।