ଖେଳ ଦେଶ ବିଦେଶ

ରାଜ୍ୟଗୋଷ୍ଠୀ କ୍ରୀଡାରୁ ନୀରଜ ଚୋପ୍ରା ବାଦ୍, ଭାରତ ହରାଇବ ନିଶ୍ଚିତ ସ୍ୱର୍ଣ୍ଣ ପଦକ !

ନୂଆଦିଲ୍ଲୀ ୨୬/୦୭: ଭାରତକୁ ଝଟକା । ରାଜ୍ୟ​‌ଗୋଷ୍ଠୀ କ୍ରୀଡା ୨୦୨୨ ଆରମ୍ଭ ହେବାର ଠିକ୍ ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି। ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭେଲିନ୍ ଥ୍ରୋ ଖେଳାଳି ତଥା ସୁନା ପୁଅ ନୀରଜ ଚୋପ୍ରା କମନଓ୍ବେଲଥ୍‌ ଗେମ୍ସରୁ ଓହରି ଯାଇଛନ୍ତି। ଆହତ ଜନିତ କାରଣରୁ ସେ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିଥିବା ସୂଚନା ମିଳିଛି ।

ତେବେ କିଛି ଦିନ ପୂର୍ବରୁ ଓ୍ବାର୍ଲ୍ଡ ଆଥଲେଟିକ୍ଦରେ ରୌପ୍ୟ ପଦକ ଜିତିଥିଲେ ନୀରଜ । ଏବେ ସେ ଆହତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡାରୁ ନିଜେ ବାଦ୍ ପଡିଯାଇଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡାରେ ରହିଛି ଭଲ ପ୍ରଦର୍ଶନ

ଭାରତ ସବୁବେଳେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭଲ ପ୍ରଦର୍ଶନ କରିଥାଏ। ଟପ୍‌-୩ ରେ ନିଜର ସ୍ଥାନ ପକ୍କା କରିଥାଏ ଟିମ୍ ଇଣ୍ଡିଆ। ଏଥର ସମସ୍ତଙ୍କୁ ଆଶା ଥିଲା ନୀରଜ ଚୋପ୍ରା ଜାଭେଲିନ୍‌ ଥ୍ରୋରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବେ । କିନ୍ତୁ ଆହତ ଜନିତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଉନଥିବା ନେଇ ସେ ନିଜେ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୯ରେ ଅପରେସନ କରିବା ପରେ ନୀରଜ ମୈଦାନକୁ ଫେରିଥିଲେ । ଆଉ ଏହାପରେ ସେ ପଛକୁ ଫେରି ଚାହିଁନଥିଲେ। ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଭାରତକୁ ଗର୍ବିତ କରିଥିଲେ । ଆଉ ଦେଶର ଦ୍ୱିତୀୟ ଆଥଲେଟ ଭାବେ ନୀରଜ ବ୍ୟକ୍ତିଗତ ଭାବେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ । ସେଥିପାଇଁ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ନୀରଜ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ସମସ୍ତଙ୍କର ଆଶା ରହିଥିଲା । କିନ୍ତୁ ନୀରଜ ଆହତ ହେବା ପରେ ଦେଶବାସୀଙ୍କୁ ନିରାଶ ହେବାକୁ ପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ