ଦେଶ ବିଦେଶ ମନୋରଞ୍ଜନ

ରାଜ୍‌ଙ୍କୁ ନେଇ ଭାବପ୍ରବଣ ପୋଷ୍ଟ ସେୟାର କଲେ ମନ୍ଦିରା ବେଦୀ, କହିଲେ- ତମେ ଥିଲେ ଆଜି ଆମର ୨୩ତମ ବିବାହ ବାର୍ଷିକୀ ହୋଇଥାନ୍ତା

ନୂଆଦିଲ୍ଲୀ ୧୪।୦୨: ଫେବୃଆରୀ ମାସକୁ ପ୍ରେମ ମାସ ମଧ୍ୟ କୁହାଯାଏ । ଏହି ମାସରେ ଅନେକ ଲୋକ ସେମାନଙ୍କର ନୂଆ ସମ୍ପର୍କ ମଧ୍ୟ ଆରମ୍ଭ କରନ୍ତି । ଖାସ କରି ପ୍ରେମୀ ଯୁଗଳମାନେ ଧ୍ୟ ଏହି ମାସରେ ୧୪ ଫେବୃଆରୀରେ ବିବାହ କରିବାକୁ ପସନ୍ଦ କରନ୍ତି। ସେହିଭଳି ମନ୍ଦିରା ବେଦୀ ଓ ରାଜ କୌଶଲ ମଧ୍ୟ ଫେବୃଆରୀ ୧୪ରେ ବିବାହ କରିଥିଲେ। କିନ୍ତୁ ରାଜ୍‌ ଆଜିକା ଦିନରେ ଦୁନିଆରେ ନାହାନ୍ତି । ଗତବର୍ଷ ରାଜ୍‌ ତଥା ମନ୍ଦିରାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଥିଲା । ଏହି ଦୁଃଖଦ ଘଟଣା ପରେ ମନ୍ଦିରା ଭାଙ୍ଗି ଯାଇଥିଲେ । ହେଲେ ସମୟକ୍ରମେ ନିଜକୁ ମଜବୁତ୍‌ କରି ମନ୍ଦିରା ଏକା ପିଲାମାନଙ୍କର ଯତ୍ନ ନେଉଛନ୍ତି। ଆଜି ଯଦି ରାଜ ଏହି ଦୁନିଆରେ ଥାଆନ୍ତେ, ତେବେ ମନ୍ଦିରା ତାଙ୍କର ୨୩ତମ ବିବାହ ବାର୍ଷିକୀ ପାଳିଥାନ୍ତେ ।

ତେବେ ମନ୍ଦିରା ତାଙ୍କ ବିବାହର ଏକ ଫଟୋ ସେୟାର କରି ସ୍ୱାମୀଙ୍କୁ ମନେ ପକାଇ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି , ‘ଆଜି ଆମର ୨୩ତମ ବିବାହ ବାର୍ଷିକୀ ହୋଇଥାନ୍ତା। ଏହା ସହ ମନ୍ଦିରା ଭାଲେଣ୍ଟାଇନ୍ସ ଡେ ହ୍ୟାସଟ୍ୟାଗ୍ ଦେଇ ଏକ ଭଙ୍ଗା ହୃଦୟର ଇମୋଜି ସେୟାର କରିଛନ୍ତି ।

ରାଜ କୌଶଲ ମନ୍ଦିରାଙ୍କର ୨ସନ୍ତାନ ରହିଛି । ଉଭୟ ୧୯୯୯ ମସିହାରେ ବିବାହ କରିଥିଲେ। ଏକ ସାକ୍ଷାତକାରରେ ରାଜ କହିଥିଲେ ଯେ ଯେତେବେଳେ ମୁଁ ପ୍ରଥମ ଥର ପାଇଁ ମନ୍ଦିରାଙ୍କ ପିତାମାତାଙ୍କୁ ଭେଟିଥିଲି, ସେମାନେ ରାଗି ଯାଇଥିଲେ । ହେଲେ ବହୁ ସମୟ ମନାଇବା ପରେ ସେମାନେ ବିବାହରେ ରାଜି ହୋଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ