ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାଜସ୍ଥାନ ଉଦୟପୁର ରେଳଲାଇନ ବ୍ଲାଷ୍ଟ ମାମଲା, ଟ୍ରାକ୍ ଉଡ଼ାଇବାକୁ ଲାଗିଥିଲା ଦେଢ କିଲୋର ବିସ୍ଫୋରକ, ସତ ଖୋଜୁଛି ଏନଆଇଏ

ନୂଆଦିଲ୍ଲୀ: ରାଜସ୍ଥାନ ଉଦୟପୁର ରେଳଲାଇନ୍ ବ୍ଲାଷ୍ଟ୍ ଘଟଣାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ରେଳଓ୍ବେ ଟ୍ରାକକୁ ଉଡ଼ାଇ ଦେବାକୁ ଦେଢ କିଲୋର ବିସ୍ଫୋରକ ବ୍ୟବହାର ହୋଇଥିଲା । ଏହି ବିସ୍ଫୋରଣରେ ରେଳଲାଇନର କେବଳ ନଟ୍ ବୋଲ୍ଟ ନଷ୍ଟ ହୋଇଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲା ରେଳଓ୍ବେ ଟ୍ରାକ୍ । ସ୍ଥାନୀୟ ଗ୍ରାମବାସୀଙ୍କ ଚତୁରତା ପାଇଁ ଏକ ବଡ଼ ବିପଦ ଟିଳିଥିଲା ।

ଏନଆଇଏର ସୂଚନା ମୁତାବକ, ରାଜସ୍ଥାନର ଉଦୟପୁର ରେଳଲାଇନକୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଆତଙ୍କବାଦୀ ଯୋଜନା କରିଥିଲେ । ବ୍ଲାଷ୍ଟ୍ କିଟ୍ ତିଆରି କରିବାକୁ ଲୋକାଲ୍ ଗୁଣ୍ଡାଙ୍କ ସାହାଯ୍ୟ ନେଇଥିଲେ । ଏହି ବ୍ଲାଷ୍ଟ୍ରେ ଦେଢ କିଲୋଗ୍ରାମ ବିସ୍ଫୋରକ୍ ବ୍ୟବହାର କରିଥିଲେ ବିସ୍ଫୋରଣକାରୀ । ଏହାକୁ ବ୍ୟାଟେରୀ ମାଧ୍ୟମରେ ଟ୍ରାକ୍ ସହିତ କେନେସନ୍ କରିଥିଲେ। ତେବେ ପାଓ୍ବାର ସପ୍ଲାଏରେ ସମସ୍ୟା ସୃଷ୍ଟି ହେବାରୁ ବିସ୍ଫୋରଣ ଠିକ୍ ଭାବେ ହୋଇନଥିଲା । ଏଣୁ ରେଳଲାଇନରେ କେବଳ ନଟ୍ ବୋଲ୍ଟ ନଷ୍ଟ ହୋଇଥିଲା ବୋଲି ଏନଆଇଏ କହିଛି ।

ରବିବାର ରାତିରେ ଉଦୟପୁର-ଅହମ୍ମଦାବାଦ ରେଲଓ୍ବେ ଟ୍ରାକ୍ ଉଡ଼ାଇବାକୁ ଷଡ଼ଯନ୍ତ୍ର ହୋଇଥିଲା । ରେଳ ଲାଇନରେ ସୁପର ପାଓ୍ବାର ଡିଟୋନିଟର ବ୍ୟବହାର କରାଯାଇଥିଲା । ରାତିରେ ବିସ୍ଫୋରଣ ହେବା ପରେ ସ୍ଥାନୀୟ ଲୋକ ସେଠାରେ ପହଞ୍ଚିଥିଲେ । ପରେ ଉଦୟପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ, ଆରପିଏଫ ଓ ଏନଆଇଏ ଘଟଣାର ତଦନ୍ତ କରୁଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ