ଅପରାଧ ଦେଶ ବିଦେଶ

ରାଜସ୍ଥାନର ପାଲୀରେ ସୂର୍ଯ୍ୟନଗରୀ ଏକ୍ସପ୍ରେସ୍‌ର ୮ ବଗି ଧାରଣାଚ୍ୟୁତ; ୧୦ ଆହତ

ପାଲୀ: ଗତ ପାହାନ୍ତା ପୂର୍ବରୁ ରାଜସ୍ଥାନରେ ଗୋଟାଏ ଟ୍ରେନ୍‌ ଧାରଣାଚ୍ୟୁତ ହେବାରୁ ପ୍ରାୟ ୧୦ଜଣ ଯାତ୍ରୀ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ରାତି ପ୍ରାୟ ୩.୨୭ରେ ପାଲୀ ଅନ୍ତର୍ଗତ ରାଜକିୟାୱାସ୍‌ରେ ଉପରୋକ୍ତ ଦୁର୍ଘଟଣା ଘଟିଛି। ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଯୋଧପୁର ଡିଭିଜନ୍‌ର ରାଜକିୟାୱାସ୍‌-ବୋମଦରା ସେକ୍‌ସନ୍‌ରେ ସୂର୍ଯ୍ୟନଗରୀ ଏକ୍ସପ୍ରେସ୍‌ର ୮ଟି ବଗି ଧାରଣାଚ୍ୟୁତ ହୋଇଛି। ବାନ୍ଦ୍ରା ଟର୍ମିନସ୍‌ରୁ ବାହାରିଥିବା ଉକ୍ତ ଟ୍ରେନ୍‌ ଯୋଧପୁର ଅଭିମୁଖେ ଯାତ୍ରା କରୁଥିଲା।

ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇନାହିଁ। ଉତ୍ତର ପଶ୍ଚିମ ରେଳବାଇର ଉଚ୍ଚସ୍ତରୀୟ ଅଧିକାରୀମାନେ ଜୟପୁରସ୍ଥିତ ମୁଖ୍ୟାଳୟରେ ଥିବା କଣ୍ଟ୍ରୋଲ୍‌ ରୁମ୍‌ରେ ଥାଇ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଖୁବ୍‌ ଶୀଘ୍ର ସେମାନେ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ଆଶା କରାଯାଉଛି ବୋଲି ଉତ୍ତର ପଶ୍ଚିମ ରେଳବାଇର ଜନସମ୍ପର୍କ ଅଧିକାରୀ କହିଛନ୍ତି।

ରାଜସ୍ଥାନରେ ଟ୍ରେନ୍‌ ଧାରଣାଚ୍ୟୁତ ହେବାରୁ କେତେଗୁଡ଼ିଏ ଟ୍ରେନ୍‌ର ଗମନା ଗମନରେ ବ୍ୟାଘାତ ସୃଷ୍ଟି ହୋଇଛି। ଦୁର୍ଘଟଣା ପରେ ରେଳବାଇ କେତେକ ହେଲ୍‌ପ୍‌ଲାଇନ୍‌ ନମ୍ବର ଜାରି କରିଛି।

ଯୋଧପୁର ପାଇଁ: ୦୨୯୧-୨୬୫୪୯୭୯(୧୦୭୨), ୦୨୯୧-୨୬୫୪୯୯୩ (୧୦୭୨), ୦୨୯୧- ୨୬୨୪୧୨୫, ୦୨୯୧-୨୪୩୧୬୪୬

ପାଲୀ ମାର୍‌ୱାର୍‌ ପାଇଁ: ୦୨୯୩-୨୨୫୦୩୨୪

ଗଣମାଧ୍ୟମକୁ ଜଣେ ଯାତ୍ରୀ କହିଛନ୍ତି, ମାର୍‌ୱାର୍‌ ଜଙ୍କ୍‌ସନ୍‌ ଛାଡ଼ିବାର ୫ ମିନିଟ୍‌ ମଧ୍ୟରେ ଟ୍ରେନ୍‌ ଭିତରେ କମ୍ପନ ଭଳି ଶବ୍ଦ ସୃଷ୍ଟି ହୋଇଥିଲା। ଏହାର ୨/୩ ମିନିଟ୍‌ ପରେ ଟ୍ରେନ୍‌ ଅଟକି ଗଲା। ଆମେ ଓହ୍ଲାଇ ପଡ଼ି ଦେଖିଲୁ ୮ଟି ସ୍ଲିପର୍‌ କ‌ୋଚ୍‌ ଧାରଣାଚ୍ୟୁତ ହୋଇଯାଇଛି। ୧୫/୨୦ ମିନିଟ୍‌ ମଧ୍ୟରେ ଆମ୍ବୁଲାନ୍‌ସ୍‌ ସବୁ ଆସି ପହଞ୍ଚିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ