ଅପରାଧ ରାଜ୍ୟ

ରାଜସ୍ଥାନରେ ଲଜ୍ଜା : ତିନି ପିଲାର ମାଙ୍କ ସହ ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଅଟୋ ଡ୍ରାଇଭର ଏବଂ ୩ ସାଥୀ ଫେରାର

ଜୟପୁର ୨୨।୦୬ : ରାଜସ୍ଥାନ ଉଦୟପୁରରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ତଥା ତିନି ପିଲାଙ୍କର ମାଆଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଟୋ ଡ୍ରାଇଭର ଓ ତାଙ୍କର ୩ ଜଣ ସାଥୀ ସାମିଲ ଥିବା ସୂଚନା ମିଳିଛି । ଏବେବି ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି । ସେପଟେ ଆପବିତି ଥାନାରେ ଅଟୋ ଡ୍ରାଇଭର ଓ ତାଙ୍କର ୩ ଜଣ ସାଥୀଙ୍କ ନାଁରେ ଗଣଦୁଷ୍କର୍ମ ମାମଲାରେ କେସ୍‌ ରୁଜୁ ହୋଇଛି ।

ଅଭିଯୋଗ ଅନୁସାରେ, ରବିବାର ସଂଧ୍ୟା ସମୟରେ ମହିଳା ଜଣଙ୍କ ରେତି ଷ୍ଟେଣ୍ଡ ବଜାରରୁ ଆବଶ୍ୟକ ସାମଗ୍ରୀ ନେଇ ଘରକୁ ଫେରୁଥିଲେ । ଷ୍ଟାଣ୍ଡରୁ କିଛି ବାଟ ଯିବା ପରେ ଜଣେ ଯୁବକ ଅଟୋ ନେଇ ଆସିଲେ । ଏବଂ ଅଟୋ ଯିବା ପାଇଁ ମହିଳାଙ୍କ ଡାକିଲେ । ମହିଳା ଜଣଙ୍କ ଅଟୋ ବସି ଯିବା ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅଟୋ ଡ୍ରାଇଭରକୁ କହିଥିଲେ । କିନ୍ତୁ ସେତେବେଳକୁ ଅଟୋରେ ପୂର୍ବରୁ ୨ଜଣ ବସିଥିଲେ । କିଛି ବାଟ ଯିବା ପରେ ଅଟୋରେ ବସିଥିବା ୨ ଜଣ ଓହ୍ଲାଇପଡିଥିଲେ । ଏହାପରେ ଅଟୋ ଡ୍ରାଇଭର ରାସ୍ତାରେ ଥିବା ଏକ ମଦ ଦୋକାନ ଆଗରେ ରଖିଥିଲେ । ଏବଂ ଫୋନ୍‌ କରି ନିଜର ୩ ଜଣ ସାଙ୍ଗକୁ ଡାକିଥିଲେ ।

ପରେ ଅଟୋକୁ ଏକ ନିଛାଟିଆ ରାସ୍ତାରେ ନେଇ ରଖିଥିଲେ । ମହିଳା ଜଣଙ୍କ ବିରୋଧ କରିଥିଲେ । କିନ୍ତୁ ମହିଳାଙ୍କୁ ଏକା ଦେଖି ଅଟୋ ଡ୍ରାଇଭର ଓ ତାଙ୍କ ତିନି ଜଣ ସାଥୀ ମିଶି ଗଣଦୁଷ୍କର୍ମ କରିଥିଲେ । ଏପିରିକି ମହିଳାଙ୍କୁ ଜୋରଜବରଦସ୍ତ ମଦ ମଧ୍ୟ ପିଆଇଥିଲେ । କିଛି ସମୟ ପରେ ମହିଳାଙ୍କ ସେହି ନିଛାଟିଆ ରାସ୍ତାରେ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାପରେ ପୀଡିତାଜଣଙ୍କ ସବିନା ଥାନାରେ ଗଣଦୁଷ୍କର୍ମ ନେଇ ମାମାଲ ରୁଜୁ କରିଛନ୍ତି ।

ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଛି । ଜଣେ ଡିଏସ୍‌ପି ପାହ୍ୟା ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ପୀଡିତାଙ୍କ ବୟାନ ରେକର୍ଡ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି । ଅନେକ ଦିନ ଧରି ପୀଡିତା ଜଣଙ୍କ ନିଜ ସ୍ୱାମୀ ଓ ୩ ପିଲାଙ୍କ ସହ ସବିନାରେ ରହିଆସୁଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।