ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀ ରଥଦାଣ୍ଡରେ ଅପେକ୍ଷା: ଆଜି ଭକ୍ତ-ଭଗବାନ ଭେଟାଭେଟି

ଭୁବନେଶ୍ବର: ରଥ, ପଥ, ଭକତ ସମସ୍ତେ ପ୍ରସ୍ତୁତ। ଅପେକ୍ଷା ସେହି କଳା ଠାକୁରଙ୍କୁ। ପତିତ ଜନଙ୍କୁ ଦର୍ଶନ ଦେବାକୁ ଭାଇ, ଭଉଣୀଙ୍କ ସହ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। ଘଣ୍ଟ ଘଣ୍ଟା ନାଦ ସାଙ୍ଗକୁ ଶଙ୍ଖଧ୍ବନିରେ ପ୍ରକମ୍ପିତ ହେବ ସାରା ପରିବେଶ। ଆଖିପୂରେଇ ଭକ୍ତ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଭକ୍ତଙ୍କ ଗହଣରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ଚତୁର୍ଦ୍ଧା ମୂର୍ତ୍ତି। ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ ବା ନବ‌ଯୌବନ ଦର୍ଶନ ସମ୍ପନ୍ନ ହୋଇଥିବା ବେଳେ ଆସନ୍ତାକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା।

ଦିନ ୩ଟାରେ ଗଡ଼ିବ ଇସ୍କନ୍‌ ରଥ

ତମାଣ୍ଡୋରେ ମହିଳା ଭକ୍ତ ଟାଣିବେ ଦର୍ପଦଳନ

ଇସ୍କନ୍‌ ମନ୍ଦିରରୁ ଦିନ ୩ଟାରେ ରଥ ଗଡ଼ିବ। ଭକ୍ତିପ୍ରାଣ ଗୋପୀନାଥ ସ୍ବାମୀ ମହାରାଜ ୩ ରଥରେ ଛେରା ପହଁରା କରିବା ପରେ ରଥଟଣା ଆରମ୍ଭ ହେବ। ରଥ ସିଆରପି ଛକଦେଇ ୟୁନିଟ୍ ୮ ଗୁଣ୍ଡିଚା ମନ୍ଦିର‌ରେ ସଂଧ୍ୟା ୬ଟା ସୁଦ୍ଧା ପହଞ୍ଚିବ ବୋଲି ସ୍ଥିର ହୋଇଛି। କୋଳଥିଆ ଜଗନ୍ନାଥ ମନ୍ଦିରରୁ ୩ରଥ ବାହାରି ଖଣ୍ଡଗିରି ସୁଧର୍ମା ମହାସଂଘ ପାଖକୁ ଯିବ। ସକାଳ ୫ଟା‌ରେ ମଙ୍ଗଳ ଆଳତି ପରେ ଖେଚୁଡି ଭୋଗ ହେବ। ୮ଟାରୁ ୧୧ ପର୍ଯ୍ୟନ୍ତ ସେନାପଟା ଲାଗି ହେବ। ୧୧ଟାରୁ ଦିନ ୧ଟା ଭିତରେ ପହଣ୍ଡି ହେବ। ଦିବ୍ୟଜୀବନ ସଂଘ ସଭାପତି ସତ୍ୟବ୍ରତ ଦାସ ଛେରା ପହଁରା କରିବା ପରେ ସାଢ଼େ ୩ଟାରୁ ରଥଟଣା ଆରମ୍ଭ ହେବ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ ସୁଭଦ୍ରାଙ୍କ ରଥ ମହିଳା ଟାଣିବେ।

ଘାଟିକିଆସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ମହାପ୍ରଭୁଙ୍କ ନବଯୌବନ ବେଶ ଅନୁଷ୍ଠିତ ହେବା ସହ ରଥ ପ୍ରତିଷ୍ଠା ‌ଶେଷ ହୋଇଛି। ମଙ୍ଗଳବାର ସାଢ଼େ ୧୨ରୁ ଦିନ ୧ଟା ଭିତ‌ରେ ନୀତିକାନ୍ତି ସରିବା ପରେ ରାଜକୁମାର ରଥ‌‌ରେ ଛେରାପହଁରା କରିବେ। ଚତୁର୍ଦ୍ଧା ମୂର୍ତ୍ତି ଘାଟିକିଆ ଜଗନ୍ନାଥ ମନ୍ଦିରରୁ ବାହାରି ଦୁର୍ଗାମଣ୍ଡପସ୍ଥିତ ମାଉସୀ ମା’ ମନ୍ଦିରକୁ ଯିବେ ବୋଲି ପଣ୍ଡିତ ଦିଲ୍ଲୀପ କୁମାର ନନ୍ଦ ସୂଚନା ଦେଇଛନ୍ତି। ତମାଣ୍ଡୋ ଜଗନ୍ନାଥ ମନ୍ଦିରରେ ଅପରାହ୍‌ଣ ୪ଟାରେ ରଥଟଣା ହେବ। ଦିଗମ୍ବର ପଣ୍ଡା ରଥରେ ଛେରାପହଁରା କରିବା ପରେ ପହଣ୍ଡି କରି ଚତୁର୍ଦ୍ଧାମୂତ୍ତିଙ୍କୁ ରଥାରୂଢ଼ କରାଯିବ। ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ବି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳା ଭକ୍ତମାନେ ଟାଣିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।