ଅପରାଧ ଦେଶ ବିଦେଶ

ରାଜଧାନୀରେ ଆଉ ଏକ ନିର୍ଭୟା କାଣ୍ଡ, ନାବାଳିକାକୁ ଅପହରଣ ପରେ ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ

ନୂଆଦିଲ୍ଲୀ ୧୫/୦୭: ରାଜଧାନୀ ଦିଲ୍ଲୀରେ ସୀମା ଟପିଗଲା ବର୍ବରତା । ଜଣେ ୧୬ ବର୍ଷର ନାବାଳିକାକୁ ଅପହରଣ ପରେ ଚଳନ୍ତା କାରରେ ଗଣ ବଳାତ୍କାର ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ନାବାଳିକାର ଘର ପାଖରେ ୧୬ ବର୍ଷର ନାବାଳିକାକୁ ଅପହରଣ କରାଯାଇଥିଲା । ପରେ ଚଳନ୍ତା କାରରେ ଦୁଷ୍କର୍ମ କରାଯାଇଥିଲା ।

ତେବେ ଏତେ ପାଖରେ ଏମିତି ଘଟଣା ଘଟିଥିଲେ ସୁଦ୍ଧା କେହି ଟେର୍ ପାଇନଥିଲେ । କାରଣ ଅଭିଯୁକ୍ତମାନେ ଦକ୍ଷିଣ ଦିଲ୍ଲୀର ବସନ୍ତ ବିହାରରୁ ଉତ୍ତରପ୍ରଦେଶର ଗାଜିଆବାଦ ପର୍ଯ୍ୟନ୍ତ ପ୍ରାୟ ୪୪ କିଲୋମିଟର ପର୍ଯ୍ୟନ୍ତ କାର ଚଳାଇ ଏପରି ନାରକୀୟ କାଣ୍ଡ ଘଟାଇଥିଲେ । ନାବାଳିକାର ଘର ପାଖରେ ତିନି ଅଭିଯୁକ୍ତଙ୍କୁ ଏହି ଘଟଣାରେ ଗିରଫ କରଯାଇଛି ।

ନାବାଳିକା ନିଜ ବୟାନରେ କହିଛନ୍ତି ୬ ଜୁଲାଇରେ ନିଜ ସାଙ୍ଗମାନଙ୍କ ଘରକୁ ଫେରୁଥିଲେ, ସନ୍ଧ୍ୟାରେ ବସନ୍ତ ବିହାର ବଜାର ନିକଟରେ ଦୁଇଜଣ ଅଭିଯୁକ୍ତଙ୍କ ସହ ଭେଟ ହୋଇଥିଲା । କିଛି ସମୟ ପରେ ବଜାର ଯାଉଥିବା ସମୟରେ ଆଉ କିଛି ଅଭିଯୁକ୍ତ ନେଇ ଆସିଥିଲେ । ସାଙ୍ଗରେ କାର ବି ଆଣିଥିଲେ ।

ନାବାଳିକା ଜଣଙ୍କ ଅଭିଯୋଗ ଲଗାଇଛନ୍ତି ଅଭିଯୁକ୍ତ ଅଭିଯୁକ୍ତମାନେ ଜୋର ଜବରଦସ୍ତ ନିଶା ପିଆଇବା ସହ କାରରେ ଉଠାଇ ନେଇଥିଲେ । ଏହା ପରେ ଅଭିଯୁକ୍ତମାନେ ଜଣଙ୍କ ପରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଏତିକେ ମନ ବୁଝିନଥିଲା ଯେ, ମାର ପିଟ୍ କରିବାନକୁ ପଛାଇ ନଥିଲେ । ଏହି ଘଟଣା ସବୁ ଚଳନ୍ତା କାରରେ ଘଟିଥିଲା । ତେବେ ଏହି ଘଟଣା ସବୁର ଭିଡିଓ କରିଥିଲେ ।

ନାବାଳିକାର ଅବସ୍ଥା ଗୁରୁତର ହେବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ହେବାର ଦୁଇଜିନ ପରେ ପୋଲିସ ଘଟମା ସମ୍ପର୍କରେ ଜାଣିବାକୁ ପାଇଥିଲା । ନାବାଳିକାର ବୟାନ ଆଧାରରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ