ଅପରାଧ ରାଜ୍ୟ

ରାଜଧାନୀରୁ ପୁଣି ଜବତ ହେଲା ୨୮ ଲକ୍ଷର ବ୍ରାଉନସୁଗାର, ଦୁଇ ଗିରଫ

ଭୁବନେଶ୍ୱର, ୨୮/୦୬: ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ । ୟୁନିଟ୍ ୮ ନାରାୟଣୀ ବସ୍ତିରୁ ୨୮୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଏଥି ସହିତ କାଳିଆ ମହାନ୍ତି ଓ ବାଲିଆ ମହାନ୍ତି ନାମକ ଦୁଇ ଭାଇଙ୍କୁ ଗିରଫ କାଯାଇଛି । ଏମାନଙ୍କ ନିକଟରୁ ୧୫ ହଜାର ଟଙ୍କା ସହିତ ଏକ ନୂଆ ସ୍କୁଟି ଜବତ କରାଯାଇଛି । ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଏମାନେ ରାଜଧାନୀରେ ବିଭିନ୍ନ ବର୍ଗର ଲୋକଙ୍କୁ ବିକ୍ରି କରୁଥିଲେ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଡିଏସପି ଦେବାଶିଷ ଦାସ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।