ମନୋରଞ୍ଜନ

ରାଜଙ୍କଠାରୁ ଅଲଗା ହେବା ପାଇଁ ଯୋଜନା କରୁଛନ୍ତି ଶିଳ୍ପା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ସ୍ବାମୀଙ୍କଠାରୁ ଅଲଗା ହେବା ପାଇଁ ଯୋଜନା କରୁଛନ୍ତି। ଅଶ୍ଳୀଳ ଫିଲ୍ମ ତିଆରି କରିବା ମାମଲାରେ ଜୁଲାଇ ୧୯ ତାରିଖରେ କ୍ରାଇମ ବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିବା ସ୍ବାମୀ ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କଠାରୁ ନିଜ ପିଲାଙ୍କୁ ଦୂରେଇ ରଖିବାକୁ ଚାହୁଁଛନ୍ତି ଶିଳ୍ପା।

ଶିଳ୍ପାଙ୍କ ଅନ୍ତରଙ୍ଗ ବନ୍ଧୁଙ୍କ ସୂତ୍ରରୁ ଜଣାପଡ଼ିଛି, ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍ବାମୀଙ୍କ ଘର ଛାଡ଼ି ଜୀବନ ଜିଇଁବାକୁ ପ୍ଲାନିଂ କରୁଛନ୍ତି ଶିଳ୍ପା। ୨୦୦୯ ମସିହାରେ ଶିଳ୍ପା କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ସନ୍ତାନ ପୁଅ ବିୟାନ ଓ ଝିଅ ସମୀଶାଙ୍କୁ ନେଇ ଶିଳ୍ପା ରହିବେ। ଏପରିକି କୁନ୍ଦ୍ରାଙ୍କଠାରୁ କୌଣସି ଅର୍ଥ ନେବାପାଇଁ ମଧ୍ୟ ସେ ଚାହାନ୍ତି ନାହିଁ। କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ସୁପର ଡ୍ୟାନ୍ସର ସୁଟିଂଠାରୁ ଦୂରେଇ ରହିଥିଲେ। ଏବେ ସେ ପୁନର୍ବାର ସୁଟିଂ ଆରମ୍ଭ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ