ଅପରାଧ ରାଜ୍ୟ

ରାଗିଂ ମାମଲାରେ କଡ଼ା ପଦକ୍ଷେପ: କଲେଜରୁ ବିତାଡ଼ିତ ହେବେ ସବୁ ଅଭିଯୁକ୍ତ

ବ୍ରହ୍ମପୁର : ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ନବାଗତା ଛାତ୍ରୀଙ୍କୁ ରାଗିଂ କରି ଭିଡିଓ ଭାଇରାଲ୍‌ କରିବା ମାମଲାରେ ବ୍ରହ୍ମପୁର ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ୨ ନାବାଳକ ଅଭିଯୁକ୍ତଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ଼(ଜେଜେବି)ରେ ହାଜର କରାଯାଇଥିଲା। ପରେ ଉଭୟ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଅଭି‌ଷେକ ନାହାକ(୨୪), ଶ୍ରୀଧର ନାହାକ (୨୧), ଆଦିତ୍ୟ କୁମାର ସାହୁ (୨୦)ଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସେହିଭଳି, ଘଟଣାରେ ସମ୍ପୃକ୍ତ ସବୁ ଅଭିଯୁକ୍ତଙ୍କୁ ବିତାଡ଼ିତ କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଏହି ଘଟଣାକୁ ନେଇ ବଡ଼ବଜାର ଥାନାରେ ମାମଲା ରୁଜୁ କରାଯିବା ସହ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଗତକାଲି ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ୍‌.ଏମ୍‌ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ଜଣ ଛାତ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ। ସେହିଭଳି, ଆଜି ସକାଳେ କଲେଜ ଶୃଙ୍ଖଳା କମିଟିର ଏକ ବୈଠକ ବସିଥିଲା। ଏହାପରେ ଆଣ୍ଟିଂ ରୢାଗିଂ ସେଲ୍‌ର ମଧ୍ୟ ବୈଠକ ହୋଇଥିଲା। ଉଭୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଭାଇରାଲ୍ ଭିଡ଼ିଓରେ ଚିହ୍ନଟ ହୋଇଥିବା ସମସ୍ତ ୧୨ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କୁ ଟିସି ଦେଇ କଲେଜରୁ ବିତାଡ଼ିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା କହିଛନ୍ତି। ଯେଉଁ ୫ଜଣ ଛାତ୍ରଙ୍କୁ ପୁଲିସ ଗତକାଲି କାବୁ କରିଥିଲା, ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ଖରାପ ବ୍ୟବହାର ପାଇଁ ସେମାନଙ୍କ ଅଭିଭାବକଙ୍କୁ ଡକାଯାଇ ଚେତାବନୀ ଦିଆଯାଇଥିଲା। ବ୍ୟବହାରରେ ପରିବର୍ତ୍ତନ ନେଇ ଅଭିଭାବକମାନେ ମଧ୍ୟ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ବୋଲି ଅଧ୍ୟକ୍ଷା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ଏସ୍‌ପି ଡା. ଶରବଣା ଆଜି ଅପରାହ୍ନରେ କଲେଜକୁ ଯାଇ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିଥିଲେ। କଲେଜ ପକ୍ଷରୁ ନିଆଯାଇଥିବା ଦୃଷ୍ଟାନ୍ତମୂଳକ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏଥିସହ ଆାଗାମୀ ଦିନରେ ପୁଲିସ ପକ୍ଷରୁ କଲେଜମାନଙ୍କରେ ରାଗିଂ ସମ୍ପର୍କିତ ସଚେତନତା ସଭା ଆୟୋଜନ କରାଯାଇ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରାଯିବ ବୋଲି ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।