ଦେଶ ବିଦେଶ

ରାଏବରେଲିରୁ ପ୍ରିୟଙ୍କା ଆମେଥିରୁ ରାହୁଲ!

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ରାଏବରେଲି ଆସନରୁ ନିର୍ବାଚନରେ ଅବତୀର୍ଣ୍ଣ ହୋଇପାରନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ୨୦୧୯ରେ ବିଜେପିର ସ୍ମୃତି ଇରାନୀଙ୍କଠାରୁ ଶୋଚନୀୟ ପରାଜୟ ବରଣ କରିଥିବା ୟୁପିର ଅନ୍ୟ ଏକ ଗଡ଼ ଆମେଥିକୁ ଫେରିପାରନ୍ତି। ଶ୍ରୀ ଗାନ୍ଧୀ ମଧ୍ୟ କେରଳର ବର୍ତ୍ତମାନର ଆସନ ୱାୟନାଡରୁ ନିର୍ବାଚନ ଲଢ଼ିବେ। ଏଠାରେ ବିଜୟ ତାଙ୍କୁ ଗତ ନିର୍ବାଚନ ପରେ ଲୋକସଭା ସଦସ୍ୟତା ବଜାୟ ରଖିବାକୁ ସୁଯୋଗ ଦେଇଥିଲା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ଲଢ଼ିବେ କି ନାହିଁ, ସେ ନେଇ ସବୁବେଳେ ଦ୍ବନ୍ଦ୍ବ ପ୍ରକାଶ ପାଇ ଆସିଛି। ୨୦୧୯ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ ବାରାଣସୀରୁ ନିର୍ବାଚନ ଲଢ଼ିବେ କି ବୋଲି ପଚରାଯିବାରୁ ସେ ‘କାହିଁକି ନୁହେଁ’ ବୋଲି କହିଥିଲେ। ଆଗାମୀ ନିର୍ବାଚନ ପୂର୍ବରୁ ମଧ୍ୟ ସମାନ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ୨୦୧୯ ସମେତ ଅତୀତରେ ୫ ଥର ଜିତିଥିବା ରାୟବରେଲି ଆସନରୁ ପୁନର୍ବାର ନିର୍ବାଚନ ଲଢ଼ିବେ ନାହିଁ ବୋଲି ତାଙ୍କ ମା’ ସୋନିଆ ଗାନ୍ଧୀ କହିବା ପରେ ଏବେ ତାଙ୍କର ପ୍ରବେଶ ଘଟିଛି। ସୋନିଆ ଏକମାତ୍ର କଂଗ୍ରେସ ନେତ୍ରୀ ଭାବେ ୟୁପିରେ ଏହି ଆସନରୁ ଜିତିଥିଲେ। ଏବେ ଶ୍ରୀମତୀ ଗାନ୍ଧୀ ଲୋକସଭା ଛାଡ଼ି ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏପରି କରିବା ସମୟରେ ସେ ରାୟବରେଲିର ଭୋଟରମାନଙ୍କୁ ଗାନ୍ଧୀ ପରିବାରର ହାତ ନ ଛାଡ଼ିବା ପାଇଁ ଏକ ଭାବପ୍ରବଣ ନିବେଦନ କରିଥିଲେ। ଏହା ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏଠାରୁ ନିର୍ବାଚନ ଲଢ଼ିବେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ