ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଉରକେଲାରେ ୫ଜି ଆରମ୍ଭ ହେବାପରେ ଗୁରୁତର ସ୍ଥିତି: ୫ଜି ପରେ ବି ୨ଜି ଭଳି ସେବା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ରାଉରକେଲା : ଲୋକେ ଏଥର ୧ ଜିବିପିଏସ୍‌ ସ୍ପିଡ୍‌ରେ ଇଣ୍ଟରନେଟ୍ ସେବା ପାଇବେ, ୪ଜି ଇଣ୍ଟରନେଟ୍‌ଠାରୁ ୪୦ ଗୁଣ ଅଧିକ ସ୍ପିଡ୍‌ରେ ଇଣ୍ଟରନେଟ୍ ଚଳାଇବେ। ଏପରି ଘୋଷଣା ସହିତ ଜାନୁଆରି ୫ ତାରିଖରେ ଭୁବନେଶ୍ବରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରେ ୫ଜି ଇଣ୍ଟରନେଟ୍ ସେବା ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ବର ପରେ ହକି ବିଶ୍ବକପ୍‌ର ଠିକ୍ ପୂର୍ବରୁ ରାଉରକେଲାରେ ଏହା ଆରମ୍ଭ ହୋଇଛି। ରାଉରକେଲା ସହରରେ ଏବେ ଉପଭୋକ୍ତାମାନଙ୍କୁ ଜିଓ ୫ଜି ଇଣ୍ଟରନେଟ୍ ସେବା ପ୍ରଦାନ କରୁଥିବା ଦାବି କରାଯାଉଛି। ସତ ହେଉଛି, ଆଶ୍ଚର୍ଯ୍ୟଜନକ ଭାବେ ଏହି ସେବା ଆରମ୍ଭ ହେବାପରେ ହିଁ ରାଉରକେଲା ସହରରେ ଇଣ୍ଟରନେଟ୍ ଓ ମୋବାଇଲ୍‌ ନେଟ୍‌ୱର୍କ ବାବଦରେ ଭୀଷଣ ସମସ୍ୟା ଆରମ୍ଭ ହୋଇ ଯାଇଛି।

Mint

ଉପଭୋକ୍ତାଙ୍କ ଅଭିଯୋଗ ଅନୁସାରେ, ଏବେ ଜିଓ ଇଣ୍ଟ​ର୍‌ନେଟ୍‌ ସ୍ପିଡ୍‌ ପୂର୍ବ ଅପେକ୍ଷା ଢେର କମିଛି, ଏପରିକି ୨ଜିଠାରୁ ବି କମ୍‌ରେ ଚାଲୁଛି। ବିଏସ୍‌ଏନ୍‌ଏଲ୍‌ କଥା ନକହିବା ଭଲ, ଗତ ୨/୩ ମାସ ହେବ ରାଉରକେଲାର କିଛି ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ଇଣ୍ଟରନେଟ୍ ସେବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏ ନେଇ ବିଏସ୍‌ଏନ୍‌ଏଲ୍‌ ଉପଭୋକ୍ତାମାନେ ଗ୍ରାହକସେବା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର, ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଏ ଦୁଇ କମ୍ପାନି ସହିତ ୫ଜି ଆସିବାପରେ ଅନ୍ୟ ସବୁ ଇଣ୍ଟର୍‌ନେଟ୍‌ ସେବା ପ୍ରଦାନକାରୀଙ୍କ କ୍ଷେତ୍ରରେ ଏପରି ଘଟୁଥିବା କୁହାଯାଉଛି। କେବଳ ସେତିକି ନୁହେଁ, କଥା ମଝିରୁ କଲ୍‌ କଟିଯିବା, ନମ୍ବର ନଲାଗିବା ବର୍ତ୍ତମାନ ରାଉରକେଲା ସହରରେ ଚବିଶଘଣ୍ଟିଆ ସମସ୍ୟା ପାଲଟିଗଲାଣି। ଅନେକ ସମୟରେ ହ୍ବାଟ୍ସଆପ୍‌ରେ ମେସେଜ୍ ପଠାଇଲେ ୨-୩ ମିନିଟ୍ ବିଳମ୍ବରେ ଯାଉଛି। କଲ୍‌ କଲାବେଳେ ଅନେକ ସମୟରେ ଫୋନ୍ ସୁଇଚ୍‌ଡ-ଅଫ୍ କହୁଛି। କଲ୍ ଲାଗିଲେ ବି, ସେପଟ ଲୋକର କଥା କେଇ ସେକେଣ୍ଡ ବିଳମ୍ବରେ ଶୁଣାଯାଉଛି। ମହାମାରୀ କରୋନା ପରଠାରୁ ଏବେ ଭର୍ଚୁଆଲ୍ ମୋଡ୍‌ରେ ପିଲାଙ୍କ ପାଠପଢ଼ାଠାରୁ ଆରମ୍ଭ କରି ଅଫିସ୍ ବୈଠକ ସବୁ ସେଇ ଇଣ୍ଟରନେଟ୍ ମାଧ୍ୟମରେ ହେଉଛି। କିନ୍ତୁ, ସେହି ସମୟରେ ଲମ୍ବା ସମୟ ଧରି ବଫରିଂ ହେଉଥିବାର ଦେଖିବାକୁ ମିଳୁଛି। କିଛି ଡକୁମେଣ୍ଟ ଡାଉନଲୋଡ଼୍ କରିବାପାଇଁ ଲୋକେ ଭାରି ହଇରାଣ ହେଉଛନ୍ତି। ସୋସିଆଲ୍ ମିଡିଆରେ କିଛି ପୋଷ୍ଟ କରିବାକୁ ହେଲେ ଅପେକ୍ଷା କରିବାକୁ ପଡୁଛି। ଏହି ସମସ୍ୟା ସନ୍ଧ୍ୟାଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁତ ହେଉଥିବାର ଦେଖାଯାଉଛି। ଏସବୁ କାହିଁକି ଘଟୁଛି, କାହାରି ପାଖରୁ ଉତ୍ତର ମିଳୁନି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।