ରାଜ୍ୟ

ରାଉରକେଲାରେ ବ୍ୟବସାୟୀଙ୍କ ଘରେ ଇଡି ଚଢ଼ଉ

ରାଉରକେଲା: ରାଉରକେଲାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ପକ୍ଷରୁ ଚଢ଼ଉ ଚାଲିଛି। ଭୁବନେଶ୍ୱର ଇଡି କାର୍ଯ୍ୟାଳୟର ତିନିଟି ଟିମ ଏକ କାଳୀନ ଉଦିତନଗର କଚେରୀରୋଡ ସ୍ଥିତ କଦମୱାଲା ଆଣ୍ଡ କୋ ଓ କଦମୱାଲା ଇନସଲଭାନସି ପ୍ରଫେସନାଲ ପ୍ରାଇଭେଟ ଲିମିଟେଡ଼ରେ ସକାଳୁ ଚଢ଼ଉ ଆରମ୍ଭ କରିଛନ୍ତି।

ବ୍ୟବସାୟୀ ଅଜୟ କଦମୱାଲାଙ୍କ ଘରେ ଚଢ଼ାଉ କରିଛି ଇଡି। ଏହାଛଡ଼ା କଚେରି ରୋଡରେ ଥିବା କଦମା ଆଣ୍ଡ କୋ’ର ୩ଟି କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ ଚାଲିଛି । ଭୁବନେଶ୍ୱରରୁ ଦୁଇଟି ଟିମ୍ ରାଉରକେଲାରେ ପହଞ୍ଚି କମ୍ପାନିର ବିଭିନ୍ନ କାଗଜପତ୍ର ଯାଂଚ କରୁଛନ୍ତି। ଦୁଇଟି ଟିମରେ ୮ ଜଣ ଅଧିକାରୀ ଏକସଙ୍ଗେ ଚଢ଼ଉ କରୁଛନ୍ତି । ଦୀର୍ଘ ଦିନରୁ ରାଉରକେଲା କଚେରି ରୋଡରେ କମ୍ପାନିର କାର୍ଯ୍ୟାଳୟ ଥିବା ବେଳେ ଏହା ମାଇନ୍ସ କାରବାର ସହ ଜଡ଼ିତ ଥିବା ଜଣାପଡ଼ିଛି। ଠକେଇ ନେଇ ଅଭିଯୋଗ ହେବା ପରେ ଇଡି ପକ୍ଷରୁ ଚଢ଼ଉ କରାଯାଇଥିବା ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।