ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଉରକେଲାରୁ ଉଡ଼ିବନି ନୂଆ ବିମାନ!

ରାଉରକେଲା: ରାଉରକେଲା ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ଆଶା ମଉଳିବାରେ ଲାଗିଛି। ରାଉରକେଲା-କୋଲକାତା ନୂଆ ବିମାନ ଉଡ଼ାଣ ପାଇଁ ଦାବି ହେଉଥିବାବେଳେ ଏହା ପୂରଣ ହେବା ସମ୍ଭାବନା କ୍ଷୀଣ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଆଗାମୀ ୬ ମାସ ପାଇଁ ଏହି ନୂତନ ଉଡ଼ାଣ ସୂଚୀ ପ୍ରକାଶିତ ହୋଇଛି। ଆସନ୍ତା ଅକ୍ଟୋବର ୨୯ରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଲାଗୁ ହେବାକୁଥିବା ଏହି ସୂଚୀରେ ରାଉରକେଲା-କୋଲକାତା ବିମାନ ଚଳାଚଳ ବିଷୟ ଉଲ୍ଲେଖ ନାହିଁ। ଫଳରେ ଚଳିତ ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ ହେବାର ସମ୍ଭାବନା କ୍ଷୀଣ ହୋଇଯାଇଛି। କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା ଯୋଗୁଁ ସହରବାସୀଙ୍କ ଆକାଶରେ ଉଡ଼ିବାର ଆଶା ଗୋଟିଏ ପରେ ଗୋଟିଏ ମଉଳିବାରେ ଲାଗିଛି।
ଗତ ଜାନୁଆରି ୭ରେ ଭୁବନେଶ୍ବର-ରାଉରକେଲା ବିମାନ ସେବା ଆରମ୍ଭ ହୋଇଥିଲା। ସେଦିନଠୁ ଏହି ଦୁଇ ସହର ମଧ୍ୟରେ ଆଲିଆନ୍ସ ଏୟାର୍‌ର ଏଟିଆର୍‌-୭୨ ବିମାନ ଉଡ଼ୁଛି। ସେବାର ଶୁଭାରମ୍ଭବେଳେ ବିଗ୍‌ଚାର୍ଟର ପକ୍ଷରୁ ରାଉରକେଲା-କୋଲକାତା ବିମାନ ଚଳାଚଳ ପାଇଁ ମଧ୍ୟ ପ୍ରସ୍ତାବ ଥିବା ଆନୁଷ୍ଠାନିକଭାବେ ଘୋଷଣା କରାଯାଇଥିଲା। ତେବେ ଏହି ଘୋଷଣାକୁ ୭ ମାସରୁ ଅଧିକ ସମୟ ବିତିଲାଣି। କିନ୍ତୁ କୋଲକୋତାକୁ ବିମାନ ଚଳାଚଳ ପାଇଁ ସାମାନ୍ୟତମ ପଦକ୍ଷେପ ବି ନିଆଯାଇ ନାହିଁ।

ବିମାନ ଚଳାଚଳ ଆରମ୍ଭ ହେବାର ମାସେ ନ ପୁରୁଣୁ ଏଥିରେ ଅବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏଠାରେ ଇନ୍‌ଷ୍ଟ୍ରୁମେଣ୍ଟ୍‌‌ ଲ୍ୟାଣ୍ଡିଂ ସିଷ୍ଟମ୍‌ (ଆଇଏଲ୍‌ଏସ୍‌) ନଥିବାରୁ ବାରମ୍ବାର ବିମାନ ବାତିଲ ହୋଇଥିଲା। ପାଗ ସାମାନ୍ୟ ବିଗିଡ଼ିଲେ ବିମାନ ବାତିଲ ଘୋଷଣା କରାଯିବା କାରଣରୁ ଏହି ବିମାନବନ୍ଦର ଯାତ୍ରୀଙ୍କ ଆସ୍ଥା ହରାଇଲା। ସେବା ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୨୦ ଥର ବିମାନ ବାତିଲ ହୋଇସାରିଲାଣି। ଯାହାଫଳରେ ଯାତ୍ରୀ ସଂଖ୍ୟାରେ ହ୍ରାସ ପାଇବାରେ ଲାଗିଛି। ଆରମ୍ଭରୁ ୭୦% ସିଟ୍‌ ସଂରକ୍ଷିତ ରହୁଥିବାବେଳେ ଏବେ ସଂଖ୍ୟା ୪୦/୪୫ ପ୍ରତିଶତକୁ ହ୍ରାସ ପାଇଛି। ଆଇଏଲଏସ୍‌ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର, ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ପୂର୍ବରୁ ଏକାଧିକବାର ଦୃଷ୍ଟି ଆକର୍ଷଣ କରିଥିଲେ। ଆବଶ୍ୟକ ସର୍ବେକ୍ଷଣକରି ଆଇଏଲ୍‌ଏସ୍‌ ସ୍ଥାପନ ପାଇଁ ହେବାକୁଥିବା ବ୍ୟୟ ଅଟକଳ ସହ ବିସ୍ତୃତ ରିପୋର୍ଟ ପ୍ରଦାନ ପାଇଁ ନିବେଦନ କରାଯାଇଥିଲା। କିନ୍ତୁ କୌଣସି କାରଣରୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ଏହା ଉପରେ ପଦକ୍ଷେପ ନିଆଯାଉ ନାହିଁ। ପର୍ଯ୍ୟାପ୍ତ ଜମି ଥିବା ସତ୍ତ୍ବେ ରନ୍‌ୱେ ଦୈର୍ଘ୍ୟ ବୃଦ୍ଧି କରାନଯିବା ହେଉ ଅବା ଇନ୍‌ଷ୍ଟ୍ରୁମେଣ୍ଟ୍‌ ଲ୍ୟାଣ୍ଡିଂ ସିଷ୍ଟମ୍‌ (ଆଇଏଲ୍‌ଏସ୍‌) ସ୍ଥାପନ କରାନଯିବା, ସବୁ କ୍ଷେତ୍ରରେ ଅଣଦେଖା କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।