ଅପରାଧ ରାଜନୀତି ରାଜ୍ୟ

ରାଇସମିଲରେ ମାଛ ମଡ଼କ, ଟନ ଟନ ମାଛକୁ ମାଟିରେ ପୋତିଲେ ଘେରି ମାଲିକ

ପାରାଦୀପ ୦୨/୦୫: ପାରାଦୀପ ରାଇସମିଲରେ ମାଛ ମଡ଼କ । ଟନ ଟନ ମାଛକୁ ମାଟିରେ ପୋତିଲେ ଘେରି ମାଲିକ । ପୂର୍ବରୁ ରାଜନୈତିକ ଶତ୍ରୁତାକୁ ନେଇ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଷ ପକାଇଦେବା କାରଣରୁ ଟନ ଟନ ମାଛ ମାରି ଦେଇଥିବା ନେଇ ଅଭିଯୋଗ ଆଣିଲେ ଘେରି ମାଲିକ ପ୍ରଭାକର ଲେଙ୍କା ।

ଯାହାକୁ ନେଇ ପାରାଦୀପରେ ମାଛ ମଡ଼କ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ଘେରି ମାଲିକ ଆଣିଥିବା ସଙ୍ଗୀନ ଅଭିଯୋଗକୁ ନେଇ ପରିସ୍ଥିତି ଭିନ୍ନ ମୋଡ଼ ନେଇଛି । ଗତ ପୌର ନିର୍ବାଚନରେ ପାରାଦୀପ ରାଇସମିଲ ସୁନାଖଳା ବାସିନ୍ଦା ଏକ ନିର୍ଦ୍ଧିଷ୍ଟ ଦଳକୁ ଭୋଟ ଦେବାକୁ ସ୍ଥିର କରିଥିଲେ । ଏଥିରେ ବସ୍ତିର କିଛି ଲୋକ ସାମିଲ ହୋଇନଥିଲେ ।

ତେବେ ଜଣେ ବ୍ୟକ୍ତି ପୂର୍ବରୁ ଘେରି ମାଲିକ ପ୍ରଭାକର ଲେଙ୍କାଙ୍କ ପାଖରେ କାମ କରୁଥିଲେ । ତେବେ କିଛି ମତାନ୍ତର କାରଣରୁ ସେ ଅଲଗା ହୋଇଯିବା ସହିତ ନିର୍ବାଚନ ବିରୋଧ ଆଚରଣ କରିବା ସହିତ ପରୋକ୍ଷରେ ଘେରିରେ ବିଷ ପକାଇ ସମସ୍ତ ମାଛ ମାରିଦେବା ନେଈ ଘେରି ମାଲିକ ପ୍ରଭାକର ଲେଙ୍କାଙ୍କୁ ଧମକ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ଘେରି ମାଲିକ ।

ପୂର୍ବ ଶତ୍ରୁତାରୁ ଟନ ଟନ ମାଛ ମାରିଦେବା ସହିତ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହେବା ସହିତ ରାଜନୈତିକ ଶତ୍ରୁତା ରୁ ମାଛ ମାରିଦେଇଥିବା ନେଈ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେବା ସହିତ ଥାନାରେ ଅଭିଯୋଗ କରିବା ନେଇ କହିଛନ୍ତି ରାଇସମିଲ ସୁନାଖଳା ଅଞ୍ଚଳର ଘେରି ମାଲିକ ପ୍ରଭାକର ଲେଙ୍କା ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର