ରାଜ୍ୟ

ରାଇପାହାଡ଼ରେ ଆନ୍ଧ୍ରର ଅନୁପ୍ରବେଶ ପ୍ରସଙ୍ଗ: ବିନା ନିଷ୍କର୍ଷରେ ବୈଠକ ଶେଷ

କୋରାପୁଟ: ନନ୍ଦପୁର ବ୍ଲକ୍‌ ରାଇପାହାଡ଼ ଗାଁରେ ଆନ୍ଧ୍ରର ଅନୁପ୍ରବେଶ ପ୍ରସଙ୍ଗରେ ଦୁଇ ରାଜ୍ୟ ଅଧିକାରୀଙ୍କ ସମାଧାନ ବୈଠକ ଆଜି ବିନା ନିଷ୍କର୍ଷରେ ଶେଷ ହୋଇଛି। ରାଇପାହାଡ଼ ଗାଁରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କୌଣସି କାଗଜପତ୍ର ନେଇ ଆସିନଥିବାରୁ ଆନ୍ଧ୍ର ଅଧିକାରୀ ମହଲତ ମାଗିଥିଲେ। ରାଇପାହାଡ଼ରେ ଆନ୍ଧ୍ର ସରକାରୀ ଯୋଜନା ଲାଗୁ କରିବା ପ୍ରସଙ୍ଗରେ ବୈଠକରେ ଓଡ଼ିଶା ପ୍ରତିକ୍ରିୟା ପ୍ରକାଶ କରିବାରୁ ଦୁଇ ରାଜ୍ୟର ଅଧିକାରୀ ଏକାଠି ବସି ବିବାଦର ସ୍ଥାୟୀ ସମାଧାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆନ୍ଧ୍ର ପକ୍ଷରୁ ଡୁମ୍ବୁରୀଗୁଡ଼ା ତହସିଲଦାର ସି.ଏଚ୍‌ ନାଗାମ୍ମାଙ୍କ ସହ ଅନ୍ୟ କର୍ମଚରୀ ବୈଠକରେ ଯୋଗ ଦେଇଥିଲେ। ସେହିପରି ଓଡ଼ିଶା ପକ୍ଷରୁ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର, ନନ୍ଦପୁର ବିଡିଓ ସୁଜିତ କୁମାର ମିଶ୍ର ଓ ନନ୍ଦପୁର ତହସିଲଦାର ନରସିଂହ ଗାଦବା ପ୍ରମୁଖ ଉପସ୍ଥିତ ଥିଲେ। ଦୁଇ ରାଜ୍ୟର ସୀମା ଚିହ୍ନଟ ହୋଇଥିବା ସତ୍ତ୍ବେ ଆନ୍ଧ୍ର ପ୍ରାୟ ଦୁଇ କି‌ଲୋମିଟର ଭିତରକୁ ପଶି ଆସିଥିବାରୁ ବୈଠକ ଆରମ୍ଭରୁ କୋରାପୁଟ ପ୍ରଶାସନ ପ୍ରଶ୍ନ ଉଠାଇଥିଲା।

ରାଜସ୍ବ ଓ ଜଙ୍ଗଲ ବିଭାଗର ମ୍ୟାପ୍‌, ମାଡ୍ରାସ୍‌ ପ୍ରେସିଡେନ୍ସି ସମୟ‌ର ମ୍ୟାପ୍‌କୁ ମଧ୍ୟ ଦେଖାଇଥିଲେ। ଓଡ଼ିଶା ଦେଖାଇଥିବା ପ୍ରମାଣର କୌଣସି ଉତ୍ତର ଆନ୍ଧ୍ର ଅଧିକାରୀଙ୍କ ପାଖରେ ନଥିଲା। ଅକଳିଆ ପରିସ୍ଥିତି ସୃଷ୍ଟି ହେବାରୁ ବିନା ପୂର୍ବ ପ୍ରସ୍ତୁତିରେ ତଥା ବିନା କାଗଜପତ୍ରରେ ବୈଠକକୁ ଆସିଛନ୍ତି ବୋଲି ଅସହାୟତା ପ୍ରକାଶ କରିଥିଲେ। ତେଣୁ କାଗଜପତ୍ର ସଂଗ୍ରହ କରି ଉପସ୍ଥାପନ କରିବାକୁ ୩ମାସର ମହଲତ ମାଗିଥିଲେ। କୋରାପୁଟ ଜିଲ୍ଲା ପ୍ରଶାସନ ମହଲତ ଦେବାକୁ ରାଜି ହୋଇଥିବା ସୂଚନା ମିଳିଛି। ଆନ୍ଧ୍ର କାଗଜପତ୍ର ପ୍ରସ୍ତୁତ କରିବା ପରେ ପରବର୍ତ୍ତୀ ବୈଠକରେ ପୁଣି ଆଲୋଚନା କରାଯିବ। ସେହି ସମୟରେ ପୁଣି ସୀମା ଚିହ୍ନଟ ହେବ ବୋଲି ଜଣାପଡ଼ିଛି। ବୈଠକ ସଂପର୍କରେ କୋରାପୁଟ ଉପଜିଲ୍ଲାପାଳ ଶ୍ରୀ ଶବର କହିଛନ୍ତି, ଚଳିତ ମାସ ୨୫ତାରିଖରେ ‌ପରବର୍ତ୍ତୀ ବୈଠକ ନିମନ୍ତେ ଦିନ ଧାର୍ଯ୍ୟ କରାଯିବ। କାଗଜପତ୍ର ସଂଗ୍ରହ କରିବାକୁ ଆନ୍ଧ୍ର ଅଧିକାରୀ ୩ମାସ ସମୟ ମାଗିଛନ୍ତି। ପର୍ଯ୍ୟାୟକ୍ରମେ ଆଲୋଚନା କରାଯିବ ଏବଂ ସେହି ସମୟ ପର୍ଯ୍ୟନ୍ତ ଅନୁପ୍ରବେଶ କରିବେନି ବୋଲି ଆନ୍ଧ୍ର ଅଧିକାରୀ କହିଥିବା ସେ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।