ଅପରାଧ ରାଜ୍ୟ

ରାଇଘର ସୀମାନ୍ତରେ ମାଓ ପୋଷ୍ଟର, ପୋଲିସ କାର୍ଯ୍ୟକଳାପକୁ ବିରୋଧ କରି ଓଡିଶା ଓ ପୂର୍ଵ ଛତିଶଗଡ଼ରେ ମାଓବାଦୀଙ୍କ ବନ୍ଦ ଡାକରା

ଉମରକୋଟ ୨୦।୦୫: ନବରଙ୍ଗପୁର ରାଇଘର ସୀମାନ୍ତରେ ମାଓ ପୋଷ୍ଟର ଓ ବ୍ୟାନର। ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତରେ ପୋଷ୍ଟର ଓ ବ୍ୟାନର ମାରିଛନ୍ତି ମାଓବାଦୀ l ରାଇଘର ବ୍ଲକ ଅନ୍ତର୍ଗତ ଯୋଡିଙ୍ଗା ଓ ହାତୀ ଗାଁ ରାସ୍ତା କଡ଼ରେ ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିଛି ଲାଲବାହିନୀ ।

ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ l ଜଙ୍ଗଲ କାଟାକୁ ବିରୋଧ କରିବାକୁ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । ନବ ନିର୍ବାଚିତ ସରପଞ୍ଚ, ୱାର୍ଡ ମେମ୍ବର ଓ ଗ୍ରାମବାସୀଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଷ୍ଟର ଜବତ କରିବା ସହ ଆଖପାଖ ଅଞ୍ଚଳରେ ଛାନଭିନ ଜାରି ରଖିଛି l ପୋଲିସ କାର୍ଯ୍ୟକଳାପକୁ ବିରୋଧ କରି ଓଡିଶା ଓ ପୂର୍ଵ ଛତିଶଗଡ଼ ଅଞ୍ଚଳରେ ବନ୍ଦ ପାଳନ କରୁଛନ୍ତି ମାଓବାଦୀ l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।