ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଇକିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦଣ୍ଡନାଚ ଦେଖି ଘରକୁ ଫେରୁଥିବା ବେଳେ ଚାଲିଗଲା ୩ ଯୁବକଙ୍କ ଜୀବନ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ତିନିଜଣଙ୍କର ପ୍ରାଣହାନି ଘଟିଛି। ତିନି ମୃତକ ହେଲେ ବସନ୍ତ ପଣ୍ଡା(୩୦), କୁଶଳ ଦିଗାଳ(୨୫) ଓ ବ୍ରହ୍ମାନନ୍ଦ ଭୋଇ(୨୫)। ଏମାନେ ସମସ୍ତେ ରାଇକିଆ ଅଞ୍ଚଳର ହୋଇଥିବା ସୂଚନା ରହିଛି। ଏହି ତିନି ମୃତକ ଗତକାଲି ଦଣ୍ଡନାଚ ଦେଖି ନିଜ ଘରକୁ ଏକ ସ୍କୁଟି(ଓଡି୧୨ ସି ୧୪୩୯) ଯୋଗେ ଫେରୁଥିଲେ। ତେବେ ବୁଡ଼ାମାହା ନିକଟରେ ଭାରସାମ୍ୟ ହରାଇ ସ୍କୁଟି ଏକ ପୋଲର ବାଡ଼ା ସହ ପିଟି ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ୩ ଜଣ ସ୍କୁଟି ଆରୋହୀଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣାରେ ସ୍କୁଟିଟି ମଧ୍ୟ ଭାଙ୍ଗିଯାଇଛି।  ଏହି ଅଘଟଣ ଭୋର ୪ଟା ବେଳେ ଘଟିଥିବା କୁହାଯାଉଛି।

ଆଜି ସକାଳେ ସ୍ଥାନୀୟ ଲୋକେ ବୁଡ଼ାମାହା ନିକଟରେ ତିନି ଯୁବକ ପଡ଼ିଥିବା ‌ଦେଖି ରାଇକିଆ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ରାଇକିଆ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।