ରାଜ୍ୟ

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଅଜବ ନିୟମ: ଛାତ୍ର ଯିଏ, ଉପପରୀକ୍ଷା ନିୟନ୍ତ୍ରକ ସିଏ

ଭୁବନେଶ୍ବର: ପ୍ରଥମେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଜଣେ ପୁରୁଷଙ୍କୁ ପିଏଚ୍‌ଡି କରିବାକୁ ସୁଯୋଗ ଦିଆଗଲା। ଶିକ୍ଷାବିତ୍‌ଙ୍କ ସମେତ ବିଭିନ୍ନ ମହଲରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ନିନ୍ଦା କରାଯାଇଥିଲା। ତା’ସତ୍ତ୍ବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାହାରି କଥା ଶୁଣି ନ ଥିଲେ। ବରଂ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ରେ ଏସମ୍ପର୍କିତ ନିୟମ ପାରିତ କରିବା ସହ ମହିଳାଙ୍କ ସ୍ଥାନରେ ପୁରୁଷ ଅଧ୍ୟାପକ ସୁପ୍ରୀତ ପାଣିଗ୍ରାହୀଙ୍କୁ ପିଏଚ୍‌ଡି କରିବାକୁ ଅନୁମତି ଦେଲେ। ଏବେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଆର୍‌ଟିଆଇରୁ ମିଳିଥିବା ସୂଚନା ଅନୁଯାୟୀ ସୁପ୍ରୀତ ବିଶ୍ବବିଦ୍ୟାଳୟର ଜଣେ ପିଏଚ୍‌ଡି ଛାତ୍ର ହେବା ସହ ବିଶ୍ବବିଦ୍ୟାଳୟର ଉପ ପରୀକ୍ଷାନିୟନ୍ତ୍ରକ ଦାୟିତ୍ୱରେ ରହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଜଣେ ଉପ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ୱରେ ରହି କିପରି ପିଏଚ୍‌ଡି କରିପାରିବେ?

ଆର୍‌ଟିଆଇରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସଂକ୍ରାନ୍ତୀୟ ପଚରାଯାଇଥିବା ୬ଟି ପ୍ରଶ୍ନରୁ କେବଳ ଗୋଟିଏ ପ୍ରଶ୍ନର ଉତ୍ତର ମିଳିଛି। ତାହା ହେଲା ଦେଶର କୌଣସି ମହିଳା ବିଶ୍ୱବିଦ୍ୟାଳୟରେ ପୁରୁଷଙ୍କୁ ନାମଲେଖା ପାଇଁ ସୁଯୋଗ ଦିଆଯାଇ ନାହିଁ। ବାକି ୫ଟି ପ୍ରଶ୍ନର ଉତ୍ତର ଦେବା ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଥିଲା ୟୁଜିସି। ଏହାପରେ ରମାଦେବୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଉତ୍ତର ଦେଇଛନ୍ତି ଯେ ପୁରୁଷ ଅଧ୍ୟାପକଙ୍କୁ ମହିଳା ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି ଅନୁମତି ଦେବା ଫଳରେ ଓଡ଼ିଶା ଗେଜେଟ୍ ବିଜ୍ଞପ୍ତିର କୌଣସି ପ୍ରକାର ବିରୋଧ ହୋଇନାହିଁ। ପୁରୁଷ ଅଧ୍ୟାପକଙ୍କ ନାମଲେଖା ଦ୍ୱାରା କୌଣସି ଛାତ୍ରୀଙ୍କ ଅଧିକାର କ୍ଷୁର୍ଣ୍ଣ ହେଉନି।

କେବଳ ସେତିକି ନୁହେଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆହୁରି କହିଛନ୍ତି ଯେ ଏହା କନ୍‌ଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ନୁହେଁ। ଯେହେତୁ ପୂର୍ବରୁ ବିଶ୍ବବିଦ୍ୟାଳୟରେ ୪ଜଣ ଉପ ପରୀକ୍ଷା ନିୟନ୍ତ୍ରକ ରହିଛନ୍ତି।
ତେବେ ରମାଦେବୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ଅଜବ ଯୁକ୍ତିକୁ ନେଇ ଶିକ୍ଷାବିତ୍‌ଙ୍କ ମହଲରେ ପ୍ରଶ୍ନ ଉଠିଛି। ଜଣେ ପୂର୍ବତନ କୁଳପତି କହିଛନ୍ତି ଯେ ଏହା କନ୍‌ଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ। ମହିଳା ବିଶ୍ବବିଦ୍ୟାଳୟ ହୋଇଥିଲେ ମଧ୍ୟ ସେଠାରେ ପୁରୁଷଙ୍କୁ କିଭଳି ଭାବେ ନାମଲେଖା ପାଇଁ ଅନୁମତି ଦିଆଗଲା, ତାହା ଚିନ୍ତାର ବିଷୟ। ଅଧ୍ୟାପକଙ୍କ ପ୍ରତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରିୟାପ୍ରୀତି ଥାଇପାରେ। ଯିଏ ଗବେଷଣା କରୁଛନ୍ତି, ସେ ରମାଦେବୀ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ରହିବା ସହ ଉପ-ପରୀକ୍ଷା ନିୟନ୍ତ୍ରକ ପଦରେ ରହିବା ସାଂଘାତିକ କଥା। କୁଳାଧିପତି ଏଥିରେ ହସ୍ତକ୍ଷେପ କରନ୍ତୁ।

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି ଯେ ଏହାଦ୍ବାରା କୌଣସି ନିୟମ ଉଲ୍ଲଂଘନ ହୋଇ ନାହିଁ। ଏଠାରେ ‌ଉପ ପରୀକ୍ଷା ନିୟନ୍ତ୍ରକ କେବେ ବି ପିଏଚ୍‌ଡି କାମ ଦେଖନ୍ତି ନାହିଁ। ତେଣୁ ତାଙ୍କର କନ୍‌ଫିଡେନ୍ସିଆଲି ମେଣ୍ଟେନ୍‌ ହେବାରେ କୌଣସି ଅସୁବିଧା ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।