ଖେଳ ଦେଶ ବିଦେଶ

ରବିବାର ଭାରତ-ଇଣ୍ଡିଜ ଶେଷ ଟି୨୦, ସିରିଜ୍ ମୂଳପୋଛ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ, ୨୦।୦୨ : ରବିବାର ଭାରତ ଏବଂ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟକେ ଖେଳାଯିବ ସିରିଜର ତୃତୀୟ ତଥା ଶେଷ ଟି୨୦ । ପ୍ରଥମ ଦୁଇଟି ଟି୨୦ ଜିତି ସିରିଜ୍ ଜିତିଛି ଭାରତ । ତେବେ ତୃତୀୟ ମୁକାବିଲା ଜିତି କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ରହିବ ରୋହିତ ସେନା ।

ଭାରତୀୟ ଦଳର ସମସ୍ତ ଖେଳାଳି ଚମତ୍କାର ଫର୍ମରେ ଅଛନ୍ତି । ଗତ ଦୁଇଟି ଟି୨୦ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବି ପ୍ରଦର୍ଶନ କରିଛି ରୋହିତ ସେନା । ବିରାଟ କୋହଲି ବି ଫର୍ମକୁ ଫେରିଛନ୍ତି । ଅଳରାଉଣ୍ଡର ଭେଙ୍କଟେଶ ଆୟାର ଓ ଓ୍ୱିକେଟ୍ କିପର ଋଷଭ ପନ୍ତ ଦ୍ୱିତୀୟ ଦିନିକିଆରେ ଚମତ୍କାର ବ୍ୟାଟିଂ କରିଥିଲେ । ସେହିପରି ରବି ବିଶ୍ନୋଇ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାରଙ୍କ ଭଲି ବୋଲର ମଧ୍ୟ ବିପକ୍ଷ ବ୍ୟାଟରଙ୍କୁ ଚାପରେ ରଖିବାରେ ସମର୍ଥ ହୋଇଥିଲେ । ତେବେ ଶେଷ ଟି୨୦ରେ ଖେଳିବେନି ବିରାଟ । ତାଙ୍କୁ ବିସିସିଆଇ ବାୟୋ ବବଲରୁ ବ୍ରେକ୍ ଦେଇଛି । ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିପାରେ ।

ସେହିପରି ତୃତୀୟ ଟି୨୦ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ ଇଣ୍ଡିଜ । ଦ୍ୱିତୀୟ ଦିନିକିଆରେ ଇଣ୍ଡିଜ ଭଲ ଖେଳିଥିଲେ ବି ବିଜୟୀ ହୋଇନଥିଲା । ମାତ୍ର ୮ ରନରେ ପରାସ୍ତ ହୋଇଥିଲା । ଦଳର ଟପ୍ ଅର୍ଡର ଭଲ ଫର୍ମରେ ଥିଲେ ବିମ୍ୟାଚ୍ ବିଜୟୀରେ ସହାୟକ ହେଉ ନାହାଁନ୍ତି । ବୋଲର ବି ପ୍ରଭାବହୀନ ବୋଲିଂ କରୁଛନ୍ତି । ଗତ ମ୍ୟାଚରେ ସେଲଡନ କଟରେଲ୍ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । ତେବେ ଦଳ ବୋଲିଂ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଚେଷ୍ଟା କରିବ ।ଏହାସହ ଶେଷ ଟି୨୦ ଜିତିବାକୁ ପ୍ରୟାସ କରିବ ।

ସୂଚନାଯୋଗ୍ୟ, ପୂର୍ବରୁ ଭାରତ ଇଣ୍ଡିଜ ବିରୋଧରେ ୩-୦ରେ ଦିନିକିଆ ସିରିଜ୍ ଜିତିଛି । ଦଳ ଟି୨୦କୁ ମଧ୍ୟ କ୍ଲିନ୍ ସ୍ୱିପ୍ କରିବା ଲକ୍ଷ୍ୟରେ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ