ରାଜ୍ୟ ସ୍ପେଶାଲ ରିପୋର୍ଟ

ରଥଯାତ୍ରାରେ ଚାଲିବ ୨୫୦ ସ୍ବତନ୍ତ୍ର ବସ

ପୁରୀ : ଚଳିତବର୍ଷ ରଥଯାତ୍ରାରେ ଯାତ୍ରୀ ପରିବହନକୁ ସୁଗମ ତଥା ଭକ୍ତଙ୍କ ଯାତାୟାତର ସୁବିଧା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ତାଳବଣିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବର, କୋଣାର୍କ ପାର୍ଶ୍ବରୁ ଆସୁଥିବା ବସ୍‌ ସହ ଅନ୍ୟାନ୍ୟ ଗାଡ଼ିମୋଟର ଏଠାରେ ପାର୍କିଂ ହେବ। ଏଥିପାଇଁ ତାଳବଣିଆ ପଡ଼ିଆରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି। ପ୍ରବେଶ ପଥରେ ଚେକିଂ ପଏଣ୍ଟ କରାଯାଇଛି।

ପ୍ରତିବର୍ଷ ଭଳି ଚଳିତ ରଥଯାତ୍ରାରେ ହଜାର ହଜାର ସଂଖ୍ୟାରେ ଭକ୍ତ ଏଠାରେ ଠୁଳ ହେବେ। ଏଥିପାଇଁ ଏଠାରେ ଅସ୍ଥାୟୀ ବିଶ୍ରାମସ୍ଥଳୀ ସାଙ୍ଗକୁ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଛାୟାପ୍ରଦ ସେଡ୍‌ର ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କ ଗାଧୁଆପାଧୁଆ ସାଙ୍ଗକୁ ଶୌଚାଦି କାର୍ଯ୍ୟ ପାଇଁ ମୋବାଇଲ୍‌ ଟଏଲେଟ୍‌ ବ୍ୟବସ୍ଥା ବି କରାଯାଇଛି। ଯାତ୍ରୀ ପରିବହନ ଓ ପ୍ରସ୍ତୁତି ସମ୍ପର୍କରେ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ କହିଛନ୍ତି, ପୁରୀକୁ ଯାତାୟାତ କରୁଥିବା ଦୈନିକ ବସ୍‌କୁ ଛାଡ଼ିଦେଲେ ଚଳିତ ରଥଯାତ୍ରାରେ ବିଭିନ୍ନ ରୁଟ୍‌ ପାଇଁ ୨୫୦ଟି ସ୍ବତନ୍ତ୍ର ବସ ଚାଲିବ।

ଭୁବନେଶ୍ବର, କୋଣାର୍କ ପାଶ୍ବରୁ ଚାଲୁଥିବା ସ୍ବତନ୍ତ୍ର ବସ ସହ ଦୈନିକ ଯାତାୟାତ କରୁଥିବା ବସ ତାଳବଣିଆ ଅସ୍ଥାୟୀ ପାର୍କିଂରେ ପାର୍କିଂ କରିବେ। ସେହିଭଳି ଯେଉଁମାନେ ବ୍ରହ୍ମଗିରି ପାର୍ଶ୍ବରୁ ଆସିବେ, ସେମାନେ ମଙ୍ଗଳାଘାଟ ଛକ ନିକଟରେ ପାର୍କିଂ କରିବେ। ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀବାହୀ ବସ୍‌ ମାଳତୀପାଟପୁର ବସଷ୍ଟାଣ୍ଡ୍‌ରେ ପାର୍କିଂ କରିବେ। ଯାତ୍ରୀ ଭଡ଼ାରେ ଠକେଇ ସହ ଅନ୍ୟାନ୍ୟ ପରିବହନଗତ ସମସ୍ୟା ଉପରେ ନଜର ପାଇଁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ସ୍କ୍ବାଡ୍‌ ନିୟୋଜିତ ହେବେ। ଡାକବାଜି ଜରିଆରେ ବସ୍‌ ଯା’ଆସ ସମୟ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ। ଯାତ୍ରୀଙ୍କ ସୁରକ୍ଷା ଓ ଟ୍ରାଫିକ୍‌ ବ୍ୟବସ୍ଥା ପାଇଁ ଅସ୍ଥାୟୀ ପୁଲିସ ପୋଷ୍ଟ ବି କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।